୫ ଅଟୋକୁ ସିଜ୍‌ କଲା ପୁରୀ ଆଞ୍ଚଳିକ ପରିବହନ ବିଭାଗ

ପୁରୀ : ପୁରୀ ଜିଲ୍ଲାପାଳ ସିଦ୍ଧାନ୍ତ ଶଙ୍କର ସ୍ୱାଇଁ ଓ ଏସପି ପିନାକୀ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଗତକାଲି ସନ୍ଧ୍ୟାରେ ପୁରୀ ସହରର ସି ବିଚ୍‌ ଅଞ୍ଚଳରେ ଆରଟିଓ ଏବଂ ପୋଲିସ ବିଭାଗ ପକ୍ଷରୁ ଅଟୋ ଯାନ ମାନଙ୍କ ଉପରେ ମିଳିତ ଚଢାଉ କରା ଯାଇଥିଲା । ଶତାଧିକ ଅଟୋ ଗୁଡ଼ିକୁ ଚେକିଙ୍ଗ କରାଯାଇଥିବା ବେଳେ ସେଥି ମଧ୍ୟରୁ ୫ ଗୋଟି ଅମାନିଆ ଅଟୋ ରିକ୍ସା ଚାଳକଙ୍କୁ ଅଟକ ରଖାଯାଇ ଅଟୋ ଗୁଡ଼ିକୁ ସିଜ୍‌ କରାଯାଇଛି । ସେମାନଙ୍କ ଠାରୁ ବିଭିନ୍ନ କେଶରେ ସମୁଦାୟ ୭୬ ହଜାର ଟଙ୍କା ଫାଇନ କରାଯାଇ ଆଗକୁ ଗାଡ଼ି ମାନଙ୍କର ଅପଡେଟ ଲାଇସେନ୍ସ ସହିତ ପାର୍କିଂ ନିୟମ, ଚାଳକ ମୋବାଇଲ୍‌ ବ୍ୟବହାର ନ କରିବା, ନିର୍ଦ୍ଧାରିତ ଦର ଆକାରରେ ଭଡ଼ା ନେବା, ଯାତ୍ରୀ ଓ ପର୍ଯ୍ୟଟକଙ୍କ ଉପରେ ଉତ୍ତମ ବ୍ୟବହାର ପ୍ରଦର୍ଶନ ଇତ୍ୟାଦି ନିୟମକୁ କଡ଼ା କଡ଼ି ଭାବେ ପାଳନ କରିବାକୁ ତାଗିଦ୍‌ କରିଥିଲେ । ଏ ନେଇ ସ୍ପେଶାଲ ସର୍କିଟ ହାଉସ ଠାରେ ଜିଲ୍ଲା ପ୍ରଶାସନର ଏକ ଗୁରୁତ୍ୱପୂର୍ଣ୍ଣ ସଭା ଅନୁଷ୍ଟିତ ହୋଇଥିଲା । ପରିବହନ ଅଧିକାରୀ ରବିନ ପଟ୍ଟନାୟକ, ଟ୍ରାଫିକ ଥାନା ସିବିଚ୍‌ ଉଭୟ ଥାନା ଭାରପ୍ରାପ୍ତ ଅଧିକାରୀ ଉଭୟ ବିଭାଗ ଅଧିକାରୀ ମାନେ ସାମିଲ୍‌ ରହିଥିଲେ । ଆଗକୁ ଗାଡ଼ି କାଗଜପତ୍ର ଅପଡେଟ ନ ରଖିଲେ ଟ୍ରାଫିକ ନିୟମ ନ ମାନିଲେ ଅମାନିଆ ଅଟୋ ଚାଳକଙ୍କ ବିରୁଦ୍ଧରେ ଆରଟିଓ ଓ ପୋଲିସ୍‌ ବିଭାଗ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ତାଗିଦ କରିଛି ।

Comments (0)
Add Comment