ଚଳନ୍ତା ଟ୍ରେନରେ ଯାତ୍ରୀଙ୍କୁ ଛୁରି ଦେଖାଇ ଲୁଟ୍‌ କରିବା ଘଟଣାରେ ଜଣେ ଗିରଫ

ପୁରୀ : ଚଳନ୍ତା ଟ୍ରେନରେ ଯାତ୍ରୀଙ୍କୁ ଛୁରି ଦେଖାଇ ଲୁଟ୍‌ କରିବା ଘଟଣାରେ ପୁରୀ ଜିଆରପି ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି । ଗିରଫ ଅଭିଯୁକ୍ତ ଜଣକ ହେଉଛି ପିପିଲି ଥାନା ଅଞ୍ଚଳର ଦିଲ୍ଲିପ ପଣ୍ଡା । ଅଭିଯୁକ୍ତ ଦିଲ୍ଲୀପ ଠାରୁ ଜିଆରପି ପୋଲିସ ଲକ୍ଷାଧିକ ଟଙ୍କାର ସୁନାଗହଣା ଜବତ କରିଛି । କଲିକତା ଶିବ୍‌ପୁର ଅଞ୍ଚଳର ବଣ୍ଟି ସାହୁ ତାଙ୍କ ପରିବାର ସହ ପୁରୀ ବୁଲିବା ପାଇଁ ଜଗନ୍ନାଥ ଏକ୍ସପ୍ରେସରେ ଆସୁଥିଲେ । ତେବେ ଅଭିଯୁକ୍ତ ଦିଲ୍ଲୀପ ଖୋର୍ଦ୍ଧା ରେଳ ଷ୍ଟେସନରୁ ଟ୍ରେନରେ ଚଢ଼ି ଡେଲାଙ୍ଗ ପାଖରେ ବଣ୍ଟି ସାହୁଙ୍କ ଭଉଣୀଙ୍କୁ ଟ୍ରେନ୍‌ ଭିତରେ ଛୁରୀ ଦେଖାଇ ତାଙ୍କ ଭ୍ୟାନିଟ ବ୍ୟାଗ, ମୋବାଇଲ୍‌ ଫୋନ୍‌, ମଙ୍ଗଳସୂତ୍ର, ସୁନା ଚେନ୍‌, କାନ ଫୁଲ ସହ ୧୦ ହଜାର ଟଙ୍କା ଲୁଟ୍‌ କରିଥିଲା । ତେବେ ଟ୍ରେନ୍‌ ଭିତରେ ଡ୍ୟୁଟି କରୁଥିବା ଜିଆରପି ଓ ଆରପିଏଫ ପୋଲିସ ଅଭିଯୁକ୍ତକୁ ଧରିବାରେ ସକ୍ଷମ ହୋଇଥିଲେ । ଅଭିଯୁକ୍ତ ଦିଲ୍ଲୀପକୁ ଜିଆରପି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

Comments (0)
Add Comment