ଜିଏମୟୁ୍‌ ଶିକ୍ଷା ବିଭାଗ ପକ୍ଷରୁ ଆଦିବାସୀଙ୍କ ଶିକ୍ଷା ସମସ୍ୟା ବିଷୟରେ ଜାତୀୟସ୍ତରୀୟ ଆଲୋଚନାଚକ୍ର

ସମ୍ବଲପୁର: ସ୍ଥାନୀୟ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ (ଜିଏମୟୁ)ର ଶିକ୍ଷା ବିଭାଗ ତରଫରୁ ଅମୃତବିହାର ଅଧ୍ୟାପନା ପ୍ରକୋଷ୍ଠ-୧ ଠାରେ “ଆଦିବାସୀ ଶିକ୍ଷାର ସମସ୍ୟା ଏବଂ ଆହ୍ୱାନ : ନିର୍ଣ୍ଣୟକାରୀ, ପ୍ରକ୍ରିୟା ଏବଂ ହସ୍ତକ୍ଷେପ” ଶୀର୍ଷକ ଦୁଇ ଦିନିଆ ଜାତୀୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ଼ଃ ଏନ୍‌ ନାଗାରାଜୁ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲାବେଳେ କୁଳସଚିବ ଯୁଗଲେଶ୍ୱରୀ ଦାସ, ଉପକୁଳ ସଚିବ ଡ଼ଃ ଉମା ଚରଣ ପତି, ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରୋ ଡ଼ଃ ସୁଶାନ୍ତ କୁମାର ଦାସ ଓ ଗବେଷଣା ନିର୍ଦ୍ଦେଶକ ପ୍ରୋ ଡ଼ଃ ଜ୍ଞାନରଞ୍ଜନ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହିଥିଲେ । ପ୍ରାରମ୍ଭରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀଙ୍କ ଫଟୋଚିତ୍ରରେ ଅତିଥି ମାନଙ୍କ ଦ୍ୱାରା ପୁଷ୍ପମାଲ୍ୟ ଅର୍ପଣ ଓ ଦୀପ ପ୍ରଜ୍ୱଳନ କରାଯାଇଥିଲା । ଏହି ଅବସରରେ ଶିକ୍ଷା ବିଭାଗର ବିଭାଗୀୟ ମୁଖ୍ୟ ଡ଼ଃ ପାର୍ଥ ସାରଥୀ ମଲ୍ଲିକ ଏହି ଆଲୋଚନାଚକ୍ରର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଉପସ୍ଥାପନା କରିଥିଲେ । ଏହା ପରେ ଗୁହ୍ୱାଟୀ ସ୍ଥିତ ଟିସର ନିର୍ଦ୍ଦେଶକ ପ୍ରୋ ଜଗନ୍ନାଥ ଆମ୍ବଗୁଡ଼ିଆ ଓ ପ୍ରୋ ଏନ୍‌ ନାଗାରାଜୁ ସ୍ତମ୍ବ ପତ୍ରିକା “ସଂଯୋଗ’ର ଲୋକାର୍ପଣ କରିଥିଲେ । ଏହି ଆଲୋଚନାଚକ୍ରର ପ୍ରଥମ ଅଧିବେଶନରେ ପ୍ରୋ ଜଗନ୍ନାଥ ଆମ୍ବଗୁଡ଼ିଆ, ଭୁବନେଶ୍ୱର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଡ଼ ଶଙ୍କର ପ୍ରସାଦ ମହାନ୍ତି ଏବଂ ବର୍ଦ୍ଧମାନ ବିଶ୍ୱବିଦ୍ୟାଳୟର ଡ଼ ରାଜୀବ ଲୋଚନ ମହାପାତ୍ର ଉପସ୍ଥିତ ରହି ଅନୁସୂଚିତ ଜନଜାତିଙ୍କ ଶିକ୍ଷା ସମସ୍ୟାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଏହି ଜାତୀୟ ପାଠଚକ୍ର ବୈଷୟିକ ପର୍ଯ୍ୟାୟରେ ରାଜ୍ୟ ମଧ୍ୟରୁ ଓ ବାହାରୁ ବିଭିନ୍ନ ଶିକ୍ଷା ଅନୁଷ୍ଠାନରୁ ଆସିଥିବା ଗବେଷକ, ଗବେଷିକା ତଥା ଅଧ୍ୟାପକ, ଅଧ୍ୟାପିକା ସ୍ୱଗବେଷିତ ଓ ସ୍ୱରଚିତ ନିବନ୍ଧ ପ୍ରସ୍ତୁତ କରିଥିଲେ । ଦ୍ୱିତୀୟ ଦିନରେ ରାୟପୁର ସ୍ଥିତ ବହୁଭାଷୀ ଗବେଷଣା କେନ୍ଦ୍ରର ଡ଼ ମହେନ୍ଦ୍ର ମିଶ୍ର, ବିଲାସପୁର ସ୍ଥିତ ଗୁରୁ ଘାସିଦାସ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଶିକ୍ଷା ବିଭାଗର ପ୍ରାଧ୍ୟାପକ ଡ଼ଃ ସମ୍ବିତ ପାଢ଼ୀ ଓ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ଶିକ୍ଷଣ ଅନୁଷ୍ଠାନର ପ୍ରୋ ରମାକାନ୍ତ ମହାଲିକ୍‌ ଯୋଗଦାନ ଦେଇ ଜାତୀୟ ଆଲୋଚନା ଚକ୍ରରେ ଅନୁସୂଚିତ ଜନଜାତିମାନଙ୍କ ଶିକ୍ଷାର ବିଭିନ୍ନ ଦିଗ ଉପରେ ସବିଶେଷ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷା ବିଭାଗର ଛାତ୍ରଛାତ୍ରୀ ତଥା ଗବେଷକ ଗବେଷିକା ଉପସ୍ଥିତ ରହିଥିଲେ । ଏହା ବ୍ୟତୀତ ସହକାରୀ ପ୍ରାଧ୍ୟାପକ ପ୍ରାଧ୍ୟାପିକା, ଡ଼ ନୀନା ଦାସ, ଗୋପୀକାନ୍ତ ସୁନା, ସାଧୁଜନ ବଙ୍କିରା, ଗଜାନନ ବେହେରା, ଜୟାନନ୍ଦ ପଧାନ, ସୁରୁଚି ସାହୁ, ମଧୁସ୍ମିତା ପଣ୍ଡା, ଭାଗ୍ୟଶ୍ରୀ ନାଏକ, ସୋନାଲି ହୋତା, ବିମଳ କୁମାର ସାହୁ ପ୍ରମୁଖ ଆଲୋଚନା ଚକ୍ରରେ ସହଯୋଗ କରିଥିଲେ । ସଭା ଶେଷରେ ସହକାରୀ ପ୍ରାଧ୍ୟାପିକା ଡ଼ ସଂଯୁକ୍ତା ଭୂୟାଁ ଧନ୍ୟବାଦ ଅର୍ପଣ କରିଥିଲେ ।

Comments (0)
Add Comment