ଓଡ଼ିଶା ରାଜ୍ୟ ବିଦ୍ୟାଳୟ ସମୂହ ସନ୍ତରଣ ପ୍ରତିଯୋଗିତା-୨୦୨୩ ଉଦ୍‌ଯାପିତ

ସମ୍ବଲପୁର: ଆଜି ସ୍ଥାନୀୟ ଡା:ଝସକେତନ ସାହୁ ସନ୍ତରଣାଗାର ଠାରେ ୧୪ ବର୍ଷରୁ କମ୍‌ ଓ ୧୭ ବର୍ଷରୁ କମ୍‌ ବାଳକ ଓ ବାଳିକାମାନଙ୍କ ଦୁଇଦିନିଆ ରାଜ୍ୟ ସ୍ତରୀୟ ସନ୍ତରଣ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନ ଉତ୍ସବରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ମୀନାରାଣୀ ମଙ୍ଗଳ, ସମ୍ମାନିତ ଅତିଥି ଭାବେ ସହକାରୀ ଶାରୀରିକ ଶିକ୍ଷା ନିର୍ଦ୍ଦେଶକ କୈଳାସ ଚନ୍ଦ୍ର ପ୍ରଧାନ, ସହକାରୀ ନିର୍ଦ୍ଦେଶକ, ଭୁବନେଶ୍ୱର ଏବଂ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଜୟଶ୍ରୀ ଦୋରା ଯୋଗଦାନ କରିଥିଲେ । ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ଜଗବନ୍ଧୁ ବେହେରା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଅତିଥିମାନଙ୍କ ବକ୍ତବ୍ୟ ପ୍ରଦାନ ପରେ ପୁରସ୍କାର ବିତରଣ କରାଯାଇଥିଲା । ଏହି ରାଜ୍ୟ ସ୍ତରୀୟ ସନ୍ତରଣ ପ୍ରତିଯୋଗିତାରେ ୧୭ ବର୍ଷରୁ କମ୍‌ ବାଳିକା ବର୍ଗରେ ଭୁବନେଶ୍ୱର ୧୭ ବର୍ଷରୁ କମ୍‌ ବାଳକ ବର୍ଗରେ ସମ୍ବଲପୁର, ୧୪ ବର୍ଷରୁ କମ୍‌ ବାଳିକା ବର୍ଗରେ ସମ୍ବଲପୁର ଏବଂ ବାଳକ ବର୍ଗରେ ଭୁବନେଶ୍ୱର ଚମ୍ପିୟାନ୍‌ ଘୋଷିତ ହୋଇ ପୁରସ୍କାର ଲାଭ କରିଥିଲେ । ଏହାପରେ ମୁଖ୍ୟ ଅତିଥି ପ୍ରତିଯୋଗିତାର ପତାକା ଅବତରଣ କରି କାର୍ଯ୍ୟକ୍ରମର ଉଦ୍‌ଯାପନ ଘୋଷଣା କରିଥିଲେ । ଏହି ରାଜ୍ୟସ୍ତରୀୟ ସନ୍ତରଣ ପ୍ରତିଯୋଗିତାରେ ସମ୍ବଲପୁର, ଝାରସୁଗୁଡ଼ା, ବଲାଙ୍ଗୀର, ଦେବଗଡ଼, ଗଞ୍ଜାମ, ଖୋର୍ଦ୍ଧା, ବଉଦ ଓ କଟକ ଆଦି ଦଶଟି ଜିଲ୍ଲାର ୮୭ ଜଣ ପ୍ରତିଯୋଗୀ ଉଭୟ ବର୍ଗରେ ଅଂଶଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତା ପରିଚାଳନା ପାଇଁ କେନ୍ଦ୍ରୀୟ ଅଧିକାରୀ ୦୮ ଜଣ, ରାଜ୍ୟ ଅଧିକାରୀ ୨୦ ଜଣ ଓ ଜିଲ୍ଲା ଅଧିକାରୀ ୧୦ ଜଣ ହିସାବରେ ସର୍ବମୋଟ ୧୨୫ ଯୋଗ ଦେଇଥିଲେ । ଉଦ୍‌ଯାପନ ଉତ୍ସବକୁ ଅସିମ ପ୍ରଧାନ ପରିଚାଳନା କରିଥିବା ବେଳେ ପୁରୁଣା ବଲାରଙ୍ଗା ଉନ୍ନିତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଦୀପାଳୀ ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମର ଆୟୋଜନରେ ବୁଢ଼ାରଜା ସରକାରୀ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ହରି ନାରାୟଣ ପଣ୍ଡା, ଯୁଯୁମୁରା ହାଇସ୍କୁଲର ପ୍ରଧନଶିକ୍ଷକ କୁଳଧର ପ୍ରଧାନ, ସନ୍ତରଣ ପ୍ରଶିକ୍ଷକ ଆଶୁତୋଷ ନାଏକ, ଅବସରପ୍ରାପ୍ତ କ୍ରୀଡ଼ାଶିକ୍ଷକ ଲକ୍ଷ୍ମଣ ନାଥ, କ୍ରୀଡ଼ାଶିକ୍ଷକ ଚିତ୍ତରଞ୍ଜନ ପଣ୍ଡା, ସୌମେନ୍ଦ୍ର ଦାଶ, ସତ୍ୟରଞ୍ଜନ ପଣ୍ଡା, ପି.ସୁଧାଂଶୁ, ତ୍ରୀବିକ୍ରମ ରଣା, ରମେଶ ବେରିହା, ଭୀମସେନ ବାରିକ, ପ୍ରତାପ ସେନାପତି, ମହେଶ୍ୱର ଖଣ୍ଡେଇ, ମଣି ବେଜି, ସୁପ୍ରଜିତ୍‌ ସାହୁ, ବୁଲୁ ବିଶ୍ୱାଳ, ପଦ୍ମଲୋଚନ ସାହୁ, ଅଫିସ ସହକାରୀ ଜଟିଭୂଷଣ ସାହୁ ତଥା ଅନ୍ୟାନ୍ୟ କର୍ମଚାରୀ ସକ୍ରିୟ ସହଯୋଗ କରିଥିଲେ ।

Comments (0)
Add Comment