ଜି. ଉଦୟଗିରି ବ୍ରାହ୍ମଣ ସମିତି ଓ ପର୍ଶୁରାମ ବାହିନୀ ମିଳିତ ସାଧାରଣ ବୈଠକ, ସମ୍ବର୍ଦ୍ଧିତ ହେଲେ ଏନଏସି ଅଧ୍ୟକ୍ଷା, ଜିଲ୍ଲା ଟପ୍ପର ତନୁଶ୍ରୀ

ଜି. ଉଦୟଗିରି : ଜି. ଉଦୟଗିରି ବ୍ରାହ୍ମଣ ସମିତି ଓ ପର୍ଶୁରାମ ବାହୀନି ମିଳିତ ସାଧାରଣ ବୈଠକ ସ୍ଥାନୀୟ ବ୍ୟବସାୟୀ ସଂଘ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ବ୍ରାହ୍ମଣ ସମିତି ସଭାପତି ବିନୋଦ ବିହାରୀ ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ବରିଷ୍ଠ ସଭ୍ୟ ରାଜେନ୍ଦ୍ର ମହାପାତ୍ର ପ୍ରଦୀପ ପ୍ରଜ୍ୱଳିତ କରି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଶୁଭାରମ୍ଭ କରିଥିଲେ । ବୈଠକରେ ଏନଏସି ଅଧ୍ୟକ୍ଷା ଭାନୁପ୍ରଭା ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବ୍ରାହ୍ମଣ ସମାଜ ସବୁବେଳେ ସାମାଜିକ ସେବା କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେଇ ଆସିଥିବା ବେଳେ ଆମର ଯୁବପିଢ଼ି ସେମିତି ନୀତି ଆଦର୍ଶ ଚାଲିଲେ ସଫଳତାର ଶିଖରରେ ପହଞ୍ଚି ପାରିବେ । ଯେପରି ଆମର ତନୁଶ୍ରୀ ଆଚାର୍ଯ୍ୟ ଜିଲ୍ଲା ପାଇଁ ଗାଁ ପାଇଁ ସମାଜ ପାଇଁ ଗୈାରବ ଆଣିପାରିଛନ୍ତି ବୋଲି ନିଜ ମତରେ ପ୍ରକାଶ କରିଥିଲେ । ସଂପାଦକ ବଟକୃଷ୍ଣ ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସମିତିର ବରିଷ୍ଠ ସଭ୍ୟ ପଣ୍ଡିତ ସୂର୍ଯ୍ୟ ନାରାୟଣ ଆଚାର୍ଯ୍ୟ, ଡା. ପ୍ରସନ କୁମାର ତ୍ରୀପାଠୀ, ରାଜେନ୍ଦ୍ର ମହାପାତ୍ର ପ୍ରମୁଖ କିଭଳି ଜନକଲ୍ୟାଣ କାମରେ ସମାଜକୁ ନିୟୋଜିତ କରିପାରିଲେ ସମିତିର ଲକ୍ଷ୍ୟ ପୂରଣ ହୋଇପାରିବ ସେ ସଂପର୍କରେ ଆଲୋକପାତ କରିଥିଲେ । ଆଗାମୀ ଦିନରେ ସମିତି ତରଫରୁ କିଭଳି ଚକ୍ଷୁ ଚିକିତ୍ସା ଶିବିର,ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇ ପାରିବ ସେ ବିଷୟରେ ଆଲୋଚନା କରାଯାଇଥିଲା । ବୈଠକରେ ସମିତି ତରଫରୁ ଏନଏସି ଅଧ୍ୟକ୍ଷା ଭାନୁପ୍ରଭା ମିଶ୍ରଙ୍କୁ ଉତ୍ତରୀୟ ଉପଢୌକନ ସହିତ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଚଳିତ ମାଟ୍ରିକ ପରୀକ୍ଷା ଜିଲ୍ଲା ଟପ୍ପର ହୋଇଥିବା ତନୁଶ୍ରୀ ଆଚାର୍ଯ୍ୟଙ୍କୁ ମୁଖ୍ୟ ଅତିଥି ମାନପତ୍ର ସହିତ ଉପଢୌକନ ଦେଇ ସମ୍ମାନୀତ କରିଥିଲେ । ପର୍ଶୁରାମ ବାହୀନି ସଭାପତି ସଂଜୟ କୁମାର ଆଚାର୍ଯ୍ୟ ସଂପାଦକ ପ୍ରତାପ କୁମାର ପଣ୍ଡା, ବଳରାମ ତ୍ରିପାଠୀ,ହେମନ୍ତ ପାଣିଗ୍ରାହୀଙ୍କ ସହିତ ବ୍ରାହ୍ମଣ ସମିତି କୋଷାଧ୍ୟକ୍ଷ ବିଜୟ କୁମାର ମହାପାତ୍ର ମଂଚାସୀନ ରହିଥିବା ବେଳେ ବରିଷ୍ଠ ସଭ୍ୟ ଦଣ୍ଡପାଣି ପାଢୀ, ଗଣେଶ ପାଢୀ ପ୍ରମୁଖ ବୈଠକରେ ସହଯୋଗ କରିଥିଲେ । ଶେଷରେ ସନ୍ତୋଷ କୁମାର ଆଚାର୍ଯ୍ୟ ସମସ୍ତଙ୍କୁ ଧନ୍ୟବାଦ୍‌ ଦେଇ ବୈଠକ ଶେଷ କରିଥିଲେ ।

Comments (0)
Add Comment