ସାହିଯାତ ସମନ୍ବୟ କମିଟି ବୈଠକ ଅନୁଷ୍ଠିତ

ପୁରୀ : ଶ୍ରୀକ୍ଷେତ୍ର ରେ ହେବାକୁ ଥିବା ସାହି ଯାତ କୁ ନେଇ ଆଠ ସାହି ଆଖଡାର ସମନ୍ଵୟ କମିଟି ଚୁଡାନ୍ତ ପ୍ରସ୍ତୁତି ବୈଠକ ଆଜି ସଂଧ୍ୟାରେ ବାଲି ସାହି ଆଖଡା ରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପିନାକ ମିଶ୍ର ସାହିଯାତ ପୁରୀ ର ଐତିହ୍ୟ, ସଂସ୍କୃତି ଓ ଗୌରବ ର ପ୍ରତୀକ।ଏହା ବୀରତ୍ୱ ଓ ଶୃଙ୍ଖଳା ର ଅନନ୍ୟ ଉଦାହରଣ।ସମସ୍ତଙ୍କ ସହଯୋଗ ରେ ଚଳିତ ବର୍ଷ ଶୃଙ୍ଖଳିତ ଭାବେ ଏହାକୁ ପାଳନ କରିବାକୁ ସେ ଅନୁରୋଧ କରିଥିଲେ।ଉପଜିଲ୍ଲାପାଳ ଗୋପୀନାଥ କୁଅଁର ସୁନ୍ଦର ଆୟୋଜନ ସହ ଶୃଙ୍ଖଳିତ ସାହିଯାତ କେବଳ ପ୍ରଶାସନ ନୁହେଁ ବରଂ ଚଳିତ ବର୍ଷ ହେବାକୁ ଥିବା ସାହିଯାତ କୁ ଜିଲ୍ଲା ପ୍ରଶାସନ ଓ ଆଠ ସାହି ଆଖଡା ର କର୍ମକର୍ତ୍ତା ମାନଙ୍କ ସକ୍ରିୟ ସହଯୋଗ ରେ ସଫଳ କରିବାକୁ ଅନୁରୋଧ କରିଥିଲେ।ଚଳିତ ବର୍ଷ ନିର୍ବାଚନ ହେଉଥିବାରୁ ଆଦର୍ଶ ଆଚରଣ ବିଧି କୁ ଅନୁପାଳନ କରି ଏହାକୁ ପରିଚାଳନା କରିବାକୁ ସେ ଅନୁରୋଧ କରିଥିଲେ।ପରେ ଆଠ ସାହି ମୁରବୀଙ୍କ ଊପସ୍ଥିତ ରେ ସାହିଯାତ କୁ କିପରି ସରସ ସୁନ୍ଦର କରାଯାଇପାରିବ ତାହାର ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା।ପ୍ରତ୍ୟେକ ସାହିରେ ଶାନ୍ତି କମିଟି ଗଠନ ହେବା ସହିତ ନିଜ ନିଜ ପଡ଼ୋଶୀ ସାହି ସହିତ ସହଯୋଗ ର ହାତ ବଡାଇ ଯାତ କୁ ଶୃଙ୍ଖଳିତ କରିବା ପାଇଁ ସମସ୍ତେ ପ୍ରତିଶୃତି ଦେଇ ଥିଲେ।କାର୍ଯ୍ୟସୂଚୀ ଅନୁସାରେ ଚଳିତ ମାସ ୧୭ ତାରିଖରେ ରାମନବମୀ ଅବସରରେ କାଳିକାଦେବୀ ସାହି ପକ୍ଷରୁ ରାମନବମୀ ନିତୀ,୧୮ ତାରିଖରେ ହରଚଣ୍ଡୀ ସାହି ପକ୍ଷରୁ ଯଜ୍ଞ ରକ୍ଷା ନିତୀ,ଓ ମାଟି ମଣ୍ଡପ ସାହି ଉତ୍ତର କାଳୀ ଆଖଡ଼ା ରୁ କାଳିକାଦେବୀ ସାହି କୁ ସାହିଯାତ ର୍ ପ୍ରସ୍ତାବ ୧୯ ତାରିଖରେ ହରଚଣ୍ଡୀ ସାହି ପକ୍ଷରୁ ପର୍ଶୁରାମ କଳାହରଣ ନିତୀ,୨୦ ତାରିଖରେ ମାର୍କଣ୍ଡେଶ୍ୱର ସାହି ପକ୍ଷରୁ ବନବାସ ନିତୀ,୨୨ ତାରିଖରେ କୁଣ୍ଢେଇବେଣ୍ଟ ସାହି ପକ୍ଷରୁ ସୀତା ଚୋରୀ ନିତୀ ଓ ମାୟା ରାବଣ,୨୩ ତାରିଖରେ ଦୋଳମଣ୍ଡପ ସାହି ପକ୍ଷରୁ ଲଙ୍କା ପୋଡି, ଦହନ ନିତୀ,୨୪ ତାରିଖରେ ବାଲିସାହି ସେତୁବନ୍ଧ ପ୍ରସ୍ତାବ ନିତୀ,୨୬ ତାରିଖରେ ବାଲି ସାହି ପକ୍ଷରୁ ରାବଣ ବଧ ପ୍ରସ୍ତାବ ନିତୀ ଓ ମଇ ୧ ତାରିଖରେ ଗୌଡବାଡ ସାହି ପକ୍ଷରୁ ରାମାଭିଷେକ,ପତିଆରା ହନୁମାନ ନିତୀ ଅନୁଷ୍ଠିତ ହେବ ବୋଲି ଆୟୋଜକ ଅବଗତ କରାଇଥିଲେ।ଏହି ପ୍ରସ୍ତୁତି ବୈଠକରେ ସିଟି ଡିଏସପି ପ୍ରଶାନ୍ତ କୁମାର ସାହୁ, ଟ୍ରାଫିକ ଡିଏସପି ଚନ୍ଦନ କୁମାର ଘଡାଇ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ଟାଉନ ଥାନା ଅଧିକାରୀ ସୁନିଲ କୁମାର ପ୍ରଧାନ,ସିଂହ ଦ୍ବାର ଥାନା ଆଇଆଇସି ଶ୍ୱେତପଦ୍ମା ଦାସ,ଟ୍ରାଫିକ ଆଇଆଇସି ସଂଗୀତା ଦାସ, ଆଠ ସାହି ଆଖଡା କାର୍ଯ୍ୟକାରୀ ସଭାପତି ତଳଛୁ ନୀଳକଣ୍ଠ ମହାପାତ୍ର,ଚକ୍ରଧର ମହାପାତ୍ର ଓ ନରେନ୍ଦ୍ର କୁମାର ମହାନ୍ତି ସମସ୍ତ କାର୍ଯ୍ୟ ପରିଚାଳନା ରେ ସହଯୋଗ କରିଥିଲେ।କାଳିକାଦେବୀ ସାହିର ଲକ୍ଷ୍ମୀକାନ୍ତ ରଥ , ପ୍ରଫୁଲ୍ଲ ଖୁଣ୍ଟିଆ ମାଟି ମଣ୍ଡପ ସାହିର ନାରାୟଣ ମହାପାତ୍ର, ମୋହନ ମହାପାତ୍ର,ହରଚଣ୍ଡୀ ସାହିର ଦୀନବନ୍ଧୁ ପ୍ରତିହାରୀ , ନାରାୟଣ କୋଠାରୀ. ମାର୍କଣ୍ଡ ସ୍ଵର ସାହିର ଭାଗୀ ଖୁଣ୍ଟିଆ, ଫକିର ପଣ୍ଡା,କୁଣ୍ଡେଇ ବେଣ୍ଟ ସାହି ର ନାରାୟଣ ମହାପାତ୍ର, ଜଗନ୍ନାଥ ମହାପାତ୍ର. ଦୋଳ ମଣ୍ଡପ ସାହିର ନିରଞ୍ଜନ ସିଂହାରୀ, ଅନନ୍ତ ତିଆଡ଼ି. ବାଲି ସାହିର ତଳୁଛ ନୀଳକଣ୍ଠ ମହାପାତ୍ର ନରେନ୍ଦ୍ର ମହାନ୍ତି,ଗୌଡ ବାଡ଼ ସାହିର ରବିନାରାୟଣ ଗୁରୁ, ଦାମୋଦର ମହାପାତ୍ର ପ୍ରମୁଖ ଙ୍କ ସହ ବରିଷ୍ଠ ସେବାୟତ ଉପସ୍ଥିତ ଥିଲେ।ଉପ ସଭାପତି ଚକ୍ରଧର ମହାପାତ୍ର ସମସ୍ତଙ୍କୁ ସ୍ୱାଗତ, ସାହିଯାତ ର ଐତିହ୍ୟ ସମ୍ପର୍କରେ ଆଲୋଚନା କରିବା ସହ ସଭା ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ।

Comments (0)
Add Comment