ଲକ୍ଷାଧିକ ମୂଲ୍ୟର ଖଇରକାଠ ଜବତ : ଜଣେ ଗିରଫ

ବରଗଡ : ବରଗଡ ବନବିଭାଗ ଦ୍ୱାରା ହିମାଚଳପ୍ରଦେଶକୁ ଚାଲାଣ ହେଉଥିବା ଲକ୍ଷାଧିକ ମୂଲ୍ୟର ଖଇରକାଠ ଜବତ କରାଯିବା ସହ ଜଣେ ବ୍ୟକ୍ତିକୁ ଗିରଫ କରାଯାଇଛି । ସମ୍ବଲପୁର ବନମଣ୍ଡଳ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଟି ଅଶୋକ କୁମାରଙ୍କ ନିର୍ଦ୍ଦେଶକ୍ରମେ ଏବଂ ବରଗଡ ବନଖଣ୍ଡ ଅଧିକାରୀ ବିକ୍ରମଦେବ ପଟ୍ଟନାୟକଙ୍କ ତତ୍ୱାବଧାନରେ ଏହି ଚଢାଉ ହୋଇଥିବା ବେଳେ ବରଗଡ ସହକାରୀ ବନ ସଂରକ୍ଷକ ରାଜେନ୍ଦ୍ର ଭୋଇ, ଅତାବିରା ବନପାଳ ଉଷେଶ୍ୱରୀ ପ୍ରଧାନ, ତୁରୁମ ବନପାଳ ଲୋକେଶ୍ୱର ଭୋଇ, ସମ୍ବଲପୁର ବନପାଳ ପିକେ ଧଳ, ବନରକ୍ଷୀ କିଶୋର କୁମାର ସେଠ ଓ ସ୍କ୍ୱାର୍ଡ ସାମିଲ ଥିଲେ । ସିଜି ୦୪ ଏଲବି ୮୭୦୬ ନମ୍ବର ଟ୍ରକ ଯୋଗେ ସୁବର୍ଣ୍ଣପୁର ଜିଲ୍ଳା ଡୁଙ୍ଗୁରୀପାଲିରୁ ବିପୁଳ ପରିମାଣର ଖଇରକାଠ ଚାଲାଣ ହେଉଥିବା ବେଳେ ବରଗଡ ବନବିଭାଗ ତରଫରୁ ଅତାବିରା ନିକଟରୁ ଜବତ କରାଯାଇଥିଲା । ଉକ୍ତ ଟ୍ରକରେ ୧୮ ଟନ ଖଇରକାଠ ଥିବା ବେଳେ ତାର ଆନୁମାନିକ ମୂଲ୍ୟ ୧୮ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଜବତ କାଠ ଡୁଙ୍ଗୁରିପାଲିରୁ ସମ୍ବଲପୁର , ଝାରସୁଗୁଡା ଦେଇ ହିମାଚଳପ୍ରଦେଶକୁ ଚାଲାଣ ହେଉଥିବା ନେଇ ବନବିଭାଗ ତରଫରୁ ସୂଚନା ଦିଆଯାଇଛି । ଏ ନେଇ ବରଗଡ ବନାଞ୍ଚଳ ତରଫରୁ ଏକ ମାମଲା ରୁଜୁ କରାଯାଇ ଖଇରକାଠ ସହ ଟ୍ରକକୁ ଜବତ କରାଯାଇଛି ଏବଂ ଡ୍ରାଇଭର ଅଶୋକ ମୁତାଙ୍କୁ ଗିରଫ କରାଯାଇଛି ।

Comments (0)
Add Comment