ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ବୌଦ୍ଧ ଜିଲ୍ଲା ଗସ୍ତ

ବୌଦ୍ଧ : ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ବୌଦ୍ଧ ଜିଲ୍ଲା ଗସ୍ତ କରି ଜିଲ୍ଲା ବିଜେପିର ବହୁ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ପ୍ରଥମେ ବିଜେପି ବୌଦ୍ଧ ଜିଲ୍ଲା ତରଫରୁ ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ ସୁଖ୍ୟାତି ଅର୍ଜନ କରିଥିବା ୫ ଜଣଙ୍କୁ ମାନପତ୍ର ଉପଢୌକନ ସହ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ । ସ୍ୱାଧୀନତା ସଂଗ୍ରାମୀ ସର୍ବଶ୍ରୀ ଗୌରମୋହନ ମିଶ୍ର, କବୟତ୍ରୀ ପଦ୍ମାଳୟା ମିଶ୍ର କବୟତ୍ରୀ, ବିଶିଷ୍ଟ ସମାଜସେବୀ ବିଶ୍ୱମୋହନ ପୃଷ୍ଟି, ସଂସ୍କୃତି ପ୍ରେମୀ କରୁଣାକର ଘଣ୍ଟିଆଳ ଓ ଶତକରୁ ଅଧିକ ଥର ରକ୍ତ ଦାତା ଓ ସବ ସଂସ୍କାର ପାଇଁ ଦେବାଶିଷ ପୁରୋହିତ ସମ୍ମାନିତ ହୋଇଥିଲେ ।
ପରବର୍ତ୍ତୀ ସମୟରେ ବୌଦ୍ଧ ନଗର ମଣ୍ଡଳର କର୍ମକର୍ତ୍ତା ଓ ଜିଲ୍ଲା ବିଜେପି ପଦାଧିକାରୀଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୯୧ ତମ “ମନ କି ବାତ’ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ସେ ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣ ଉପଦେୟତା ସହିତ ଆଗାମୀ ” ହର ଘର ତ୍ରିରଙ୍ଗା” ପାଳନ କରିବା ସହିତ ୭୫ ତମ ଆଜାଦି ଉତ୍ସବ ପାଳନ କିପରି ଭାବରେ କରାଯିବ ସେ ସମ୍ବନ୍ଧୀୟ ଅଭିଭାଷଣ ପ୍ରଦାନ କରିଥିଲେ । ଦଳୀୟ ପଦାଧିକାରୀଙ୍କ ସହିତ ଦଳୀୟ କାର୍ଯ୍ୟ ଉପରେ ଦିଗ ଦର୍ଶନ ପ୍ରଦାନ କରିଥିଲେ ।
ଆଜିର ସମସ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତିଙ୍କ ସଭାପତତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରଗୁଡ଼ିକରେ ସର୍ବଶ୍ରୀ ସଚିଦାନନ୍ଦ ଦଲାଲ, ସୂର୍ଯ୍ୟ ନାରାୟଣ ମହାପାତ୍ର, ମଗୁଣି ଗାଈଗୌରିଆ, ବ୍ୟମକେଶ ମହାପାତ୍ର, ରାଜ କୁମାର ମେହେର, ପ୍ରେମାନନ୍ଦ୍‌ ମିଶ୍ର, ଶ୍ୟାସୁନ୍ଦରପୁର ପୁରୋହିତ, ସତ୍ୟାନନ୍ଦ ପାଣ୍ଡେ, ସୁଶାନ୍ତ ବାଘ, ତାପସ କୁମାର ପଟ୍ଟନାୟକ, ନିରଞ୍ଜନ ଦାନୀ, ପୂର୍ଣ୍ଣଚନ୍ଦ୍ର ଗାଈଗୌରିଆ, ମୀନାରାଣୀ ମିଶ୍ର ,ରଶ୍ମି ହୋତା, ନିବେଦିତା ମହାକୁଡ, ରବି ଦେଓ, ରାଜୀବ ଦେହୁରୀ, ନବୀନ ହୋତା, ପଙ୍କଜ ବାରିକ, ଶମ୍ଭୁ ପ୍ରଧାନ, ବାମନ ବାରିକ, ବୈକୁଣ୍ଠ ପ୍ରଧାନ, ସୁଦାମ ମେଣ୍ଡିଲିଙ୍କ ସହିତ ବହୁ ଦଳୀୟ ପଦାଧିକାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ।

Comments (0)
Add Comment