ବାଲିଗୁଡାରେ ବିଜେଡିର ଜୋରଦାର ପ୍ରଚାର

ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀରେ ବିଜେଡ଼ିର ବାଇକ୍‌ ରାଲି ସହ ଘନଘନ ପ୍ରଚାର । ନିର୍ବାଚନ ମଣ୍ଡଳୀର ସଂଯୋଜକ ଟୁନା ଦାସଙ୍କ ନେତୃତ୍ୱରେ ବାଲିଗୁଡ଼ା ଠାରୁ ମିଡ଼ିଆକିଆ ବିଶାଳ ମୋଟରସାଇକେଲ ରାଲିରେ ଯାଇ ସେଠାରେ ଏକ ସାଧାରଣ ସଭାରେ ଯୋଗଦେଇ ଜନସାଧାରଣଙ୍କୁ ଭୋଟ୍‌ ଭିକ୍ଷା କରିଛନ୍ତି ବିଧାୟକ ପ୍ରାର୍ଥୀ ଚକ୍ରମଣୀ କହଁର । ମିଡ଼ିଆକିଆ ଗ୍ରାମ ପଞ୍ଚାୟତର ୧୧ ଟି ୱାର୍ଡର ଜନସାଧାରଣ ଏହି ସଭାରେ ଯୋଗଦେଇ ବିଜୁ ଜନତା ଦଳକୁ ସମର୍ଥନ ଜଣାଇବା ସହ ଆସନ୍ତା ୨୦ ତାରିଖ ଦିନ ଯୋଡ଼ି ଶଙ୍ଖରେ ବିପୁଳ ମାତ୍ରାରେ ଭୋଟ୍‌ ଦେଇ ସାଂସଦ ପ୍ରାର୍ଥୀ ଡ଼.ଅଚ୍ୟୁତ ସାମନ୍ତ ଓ ବିଧାୟକ ପ୍ରାର୍ଥୀ ଚକ୍ରମଣୀ କହଁରଙ୍କୁ ବିଜୟୀ କରାଇବାକୁ ସଂକଳ୍ପ ନେଇଛନ୍ତି ଅଞ୍ଚଳବାସୀ । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ଓ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରଚେଷ୍ଟାରେ ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀରେ ଅନେକ ବିକାଶ ହୋଇଛି । ଆମେ ବିକାଶକୁ ମୁଖ୍ୟ ମୁଦ୍ଦା କରି ନିର୍ବାଚନ ଲଢ଼ିବୁ ଏବଂ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ପୁଣି ଥରେ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରାଇବୁ ଏବଂ ଏ ବିକାଶ ଧାରାକୁ ତ୍ୱରାନ୍ୱିତ କରିବୁ ବୋଲି କହିଛନ୍ତି ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ସଂଯୋଜକ ଟୁନା ଦାସ ।

Comments (0)
Add Comment