ବ୍ୟାରିକେଡକୁ ଧକ୍କା ଦେଲା କାର,ଚାଳକ ଗୁରୁତର

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଚାରିଛକ -କୁସଙ୍ଗ ପୂର୍ତ୍ତ ରାସ୍ତାର କୁସଙ୍ଗ ବଡଜୋର ନାଳରେ ରବିବାର ଏକ ଇଣ୍ଡିଗୋ କାର ଦୁର୍ଘଟଣାଗ୍ରସ୍ତ ହୋଇଛି । ସୂଚନା ମତେ କାରଟି ଆଠମଲ୍ଲିକ (କୁସୁମ କୁହୁରି )ଗ୍ରାମରୁ ବାହାରି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମହାଳିକପଡା ପଂଚାୟତର ନୂଆପଡା ଗ୍ରାମ ଅଭିମୁଖେ ଯାଉଥିଲା । ସିପୁନ ସେଠି ନାମକ ବ୍ୟକ୍ତି ଜଣକ ଡ୍ରାଇଭିଂ କରି ଉକ୍ତ ଗ୍ରାମର ଏକ ବାହାଘର ଭୋଜି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଯାଉଥିବା ବେଳେ କାରଟି ବଡଜୁର ବ୍ରିଜ ବୁଲାଣି ରାସ୍ତା କାଟି ନପାରି ଭାରସାମ୍ୟ ହରାଇ ରାସ୍ତା କଡରେ ଦିଆଯାଇଥିବା ଲୁହା ବ୍ୟାରିକେଡକୁ ଧକ୍କା ଦେଇଥିଲା । ଫଳରେ ଗାଡିଟି ସମ୍ପୂର୍ଣ୍ଣ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଚାଳକ ଅଳ୍ପକେ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି । ସଂଗେସଂଗେ ସ୍ଥାନୀୟ ଲୋକେ ହରଭଙ୍ଗା ପୋଲିସ ଏବଂ ଆମ୍ବୁଲାନ୍ସକୁ ଡକାଇ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଥିବା ଜଣାପଡିଛି ଘଟଣା ସ୍ଥଳରେ ପୋଲିସ ପହଂଚି ଦୁର୍ଘଟଣାର ଅଧିକ ତଥ୍ୟ ପାଇଁ ତଦନ୍ତ ଚଳାଇଛି ।

Comments (0)
Add Comment