ପଶ୍ଚିମାଞ୍ଚଲ ଏକତା ମଞ୍ଚ ତରଫରୁ ରାଜ୍ୟ ସରକାରଙ୍କୁ କୃତଜ୍ଞତା

ସମ୍ବଲପୁର : ଓଡ଼ିଶାର ପଶ୍ଚିମାଞ୍ଚଳର ଭାଷା ସାହିତ୍ୟ ସଂସ୍କୃତିର ଅବିଚ୍ଛେଦ୍ୟ ଅଂଚଳ ଭାବେ ପରିଗଣିତ ବୌଦ୍ଧ ଏବଂ ନୂଆପଡା ଜିଲ୍ଲାକୁ ଉତ୍ତରାଂଚଳ ରାଜସ୍ୱ କମିଶନରଙ୍କ ଅଧିନକୁ ଆଣିବା ପାଇଁ ରାଜ୍ୟ ସରକାର ବିଜ୍ଞପ୍ତି ଜାରି କରିଥିବାରୁ ଅଂଚଳବାସୀଙ୍କ ଦୀର୍ଘଦିନର ଦାବି ପୂରଣ ହୋଇଛି । ଉତ୍ତରାଂଚଳ ରାଜସ୍ୱ କମିଶନରଙ୍କ ଅଧିନକୁ ଆଣିବା ଦାବି ନେଇ ବୌଦ୍ଧ ଓ ନୂଆପଡା ଜିଲ୍ଲାବାସୀ ଦୀର୍ଘ ସମୟରୁ ଆନ୍ଦୋଳନ କରି ଆସୁଥିଲେ । ପଶ୍ଚିମାଞ୍ଚଲ ଏକତା ମଂଚ ମଧ୍ୟ ଏହି ଦାବିକୁ ନେଇ ବିଗତ ଦିନରେ ଏହାର ସମର୍ଥନ କରି ଆସିଛି । ଗତ ମାସ ସମ୍ବଲପୁର ଠାରେ ପଶ୍ଚିମାଞ୍ଚଲ ଏକତା ମଂଚ ତରଫରୁ ଆୟୋଜିତ ପଶ୍ଚିମାଞ୍ଚଲ ଏକତା ସମାବେଶରେ ମଧ୍ୟ ଉକ୍ତ ଜିଲ୍ଲା ପକ୍ଷରୁ ସେମାନଙ୍କ ଦାବିକୁ ଦୋହରାଇ ଥିଲେ । ସମାନ ଭାଷା ସଂସ୍କୃତି ଏବଂ ଦୂରତାକୁ ଆଧାର କରି ଏହି ଯଥାର୍ଥ ଦାବିକୁ ସରକାର ଗ୍ରହଣ କରିଛନ୍ତି । ତେବେ କଳାହାଣ୍ଡି ବାସୀଙ୍କ ଦାବି ଏବେ ମଧ୍ୟ ଅଧୁରା ରହିଯାଇଛି । ପଶ୍ଚିମାଞ୍ଚଲ ଏକତା ମଂଚ ତରଫରୁ ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ପାଇଁ ଧନ୍ୟବାଦ ଅର୍ପଣ କରାଯାଇଛି । ତେବେ କଳାହାଣ୍ଡି ଜିଲ୍ଲାକୁ ମଧ୍ୟ ଉତ୍ତରାଂଚଳ ରାଜସ୍ୱ କମିଶନରଙ୍କ ଅଧିନକୁ ଅଣାଯିବା ସହ ଏଠାକାର ଉତ୍ତରାଂଚଳ ରାଜସ୍ୱ କମିଶନର ନାମ ବଦଳରେ ପଶ୍ଚିମାଞ୍ଚଳ ରାଜସ୍ୱ କମିଶନ ନାମରେ ନାମିତ କରାଯାଇ ଥିଲେ ପଶ୍ଚିମାଞ୍ଚଳବାସୀ ଅଧିକ ଖୁସି ହୋଇଥାନ୍ତେ ବୋଲି ପଶ୍ଚିମାଞ୍ଚଳ ଏକତା ମଂଚ ତରଫରୁ କୁହାଯାଇଛି ।

Comments (0)
Add Comment