ଚମ୍ପାପୁର-କେଳାକଟା ମୁଖ୍ୟ ରାସ୍ତା ନିର୍ମାଣ ପାଇଁ ଦାବିରେ ରାସ୍ତାରୋକ, ଗ୍ରାମବାସୀ ଓ ଠିକା ସଂସ୍ଥା କର୍ମଚାରୀଙ୍କ ମଧ୍ୟରେ ଧସ୍ତାଧସ୍ତି

ହରଭଙ୍ଗା: ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ କାର୍ଯ୍ୟ ନିର୍ମାଣଧୀନ ଥିବା ବେଳେ ରେଳପଥ ରାସ୍ତା ନିର୍ମାଣ ସମୟରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କେଳାକଟା ଗ୍ରାମବାସୀମାନେ ବିରୋଧ କରୁଥିବା ଦେଖିବାକୁ ମିଳିଛି । ଗ୍ରାମବାସୀଙ୍କ କହିବା ଅନୁସାରେ ବର୍ତ୍ତମାନ ରେଳପଥ କାର୍ଯ୍ୟ କେଳାକଟା ଦେଇ ଯାଉଥିବା ବେଳେ ଚମ୍ପାପୁର-କେଳାକଟା ମୁଖ୍ୟ ରାସ୍ତା ଉପରେ ଉକ୍ତ ଠିକା ସଂସ୍ଥା ସିଧା ରାସ୍ତା ନଦେଇ ବୁଲାଣି ଓ ଖାଲୁଆ ରାସ୍ତା ନିର୍ମାଣ କରୁଥିବାରୁ ଅଞ୍ଚଳ ବାସୀ ବିରୋଧ କରିଥିଲେ । ଏପରିକି ଏଭଳି ସମସ୍ୟା ନେଇ ଅନେକ ଥର ଜିଲ୍ଲପାଳଙ୍କୁ ପୂର୍ବରୁ ଅଭିଯୋଗ କରିଥିବା ବେଳେ କୌଣସି ପଦକ୍ଷେପ ନନେବାରୁ ସୋମବାର ଅପରାହ୍ନ ସମୟରେ ଅଞ୍ଚଳ ବାସୀ ଏକତ୍ରିତ ହୋଇ ଉକ୍ତ ଠିକା ସଂସ୍ଥା କ୍ୟାମ୍ପକୁ ପଶି ନିୟୋଜିତ କ୍ୟାମ୍ପ କର୍ମଚାରୀଙ୍କ ସହ ଧସ୍ତାଧସ୍ତି ହୋଇଥିଲେ । ଘଟଣା ସ୍ଥଳରେ ଉତ୍ତେଜନା ହେବାରୁ ଖବର ପାଇ ବୌଦ୍ଧ ପୋଲିସ ପହଁଚି ଥିଲା, କିନ୍ତୁ କଥା ସମାଧାନ ନହେବାରୁ ବୌଦ୍ଧ ଉପଜିଲ୍ଲାପାଳ ରବୀନ୍ଦ୍ରନାଥ କହଁର, ହରଭଙ୍ଗା ଅତିରିକ୍ତ ତହସିଲଦାର ସମ୍ବିତ ସାମଲ,ବୌଦ୍ଧ ଥାନା ଅଧିକାରୀ ପହଁଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ ଓ ଘଟଣା ସ୍ଥଳରେ ଏକ ପ୍ଲାଟୁନ ପୋଲିସ ମୁତୟନ କରିଥିଲେନ । ଏଭଳି ସମସ୍ୟାକୁ ନେଇ ଖୁବଶୀଘ୍ର ଜିଲ୍ଲାପାଳ ଓ ଅଞ୍ଚଳବାସୀଙ୍କ ମିଳିତ ନିଷ୍ପତ୍ତି ପରେ ସମାଧାନ ବାଟ ନିଆଯିବ ବୋଲି ଉପଜିଲ୍ଲାପାଳ ପ୍ରତିଶୃତି ମିଳିବା ପରେ ଉତ୍ତେଜନା ଥଣ୍ଡା ପଡିଥିଲା । ଅନ୍ୟପଟେ ଉକ୍ତ ଠିକା ସଂସ୍ଥା ଯଦି ସିଧା ରାସ୍ତା ନଦେଇ ଖାଲୁଆ ଓ ବୁଲାଣି ରାସ୍ତା ଆଗାମୀ ଦିନରେ ନିର୍ମାଣ କରେ ବାଧ୍ୟହୋଇ ଜନଆନ୍ଦୋଳନ ଜାରି ରଖିବୁ ବୋଲି ଗ୍ରାମବାସୀ ମାନେ ଚେତାବନୀ ଦେଇଛନ୍ତି ।

Comments (0)
Add Comment