ଦୁର୍ଘଟଣାରେ ଆହତ ଗୋରୁଗାଈଙ୍କ ଚିକିତ୍ସାରେ ଅବହେଳା କରୁଛି ବିଭାଗ : କାର୍ଯ୍ୟାନୁଷ୍ଠାନ ଦାବି

ସୁବର୍ଣ୍ଣପୁର : ଏବେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଅଜଣା ଗାଡ଼ି ଧକ୍କାରେ ଆହତ ହେଉଥିବା ଗୋରୁଗାଈଙ୍କ ଚିକିତ୍ସା ପାଇଁ ପ୍ରାଣୀ ଚିକିତ୍ସାଳୟ ତରଫରୁ ଭ୍ରାମ୍ୟମାଣ ଚିକିତ୍ସା ସୁବିଧା ଥିବାବେଳେ ସୁବର୍ଣ୍ଣପୁର ଜିଲ୍ଲାରେ ଏହାର ଘୋର ବ୍ୟତିକ୍ରମ ଦେଖାଯାଉଛି । ଠିକ ସମୟରେ କେହି ଫୋନ ଉଠାଉନଥିବା କାରଣରୁ ଉପଯୁକ୍ତ ସେବାପାଇବାରୁ ଆହତ ଗୋରୁ ଗାଈ ବଞ୍ଚିତ ହୋଇ ମୃତ୍ୟୁ ମୁଖରେ ପଡୁଥିବା ଦେଖାଯାଉଛି । ଏପରି ଆହତଙ୍କର ଯତ୍ନ ନେବାକୁ ସଦରର ସ୍ଥାନୀୟ ବୁଢ଼ାରଜା ଯୁବ ସମାଜସେବୀଙ୍କ ପକ୍ଷରୁ ଏକ ଛୋଟ ଗୋଶାଳାରେ ଯେଉଁଠି ବିଭିନ୍ନ ସ୍ଥାନରେ ଗାଡ଼ି ଧକ୍କାରେ ଆହତ ହୋଇଥିବା ୩ ଗୋଟି ବାଛୁରୀଙ୍କୁ କିଛି ଚିକିତ୍ସା କରାଯାଉଛି କିନ୍ତୁ ଦୁଃଖରର ବିଷୟ ତାଙ୍କର ରହିବା ପାଇଁ ସେମିତି ବିଶେଷ କିଛି ବ୍ୟବସ୍ଥା ନଥିବା ବେଳେ ଏକ ଜରିପାଳ ଘୋଡେ଼ଇ ଛୋଟ ଘର କରାଯାଇ ଦିନରାତି ସେବାରେ ନିୟୋଜିତ ରହିଛନ୍ତି ଅନୁଷ୍ଠାନର ସ୍ୱେଚ୍ଛାସେବୀ । ଅନ୍ୟପକ୍ଷରେ ଜିଲ୍ଲା ପ୍ରାଣୀ ଚିକିତ୍ସକ ପ୍ରତି ୨ ଦିନରେ ଥରେ ଆସି ଦେଖିବାକୁ ଆସିବେ ବୋଲି କହି ଫୋନ ଆଉ ଉଠାଉ ନଥିବାର ଅଭିଯୋଗ କରିଛନ୍ତି ସଭାପତି ଶିବ ଶଙ୍କର ନାଏକ । ଜିଲ୍ଲାର ବିଭିନ୍ନ ସ୍ଥାନରେ ଗାଡ଼ି ଧକ୍କାରେ ଆହତ ହୋଇଥିବା ଗାଈ ରାସ୍ତା କଡ଼ରେ ପଡ଼ିରହୁଥିବା ସମସ୍ତ ପ୍ରାଣୀଙ୍କୁ ଆଣିବାକୁ ଦରଦ ଅଛି ସିନା କିନ୍ତୁ ସାହାସ ହଉ ନାହିଁ ଚିକିତ୍ସା ପାଇଁ ଆଣିବାକୁ ବୋଲି ଅତ୍ୟନ୍ତ କ୍ଷୋଭର ସହ କହିଛନ୍ତି ଶ୍ରୀ ନାଏକ । ଏ ସମସ୍ତ ବିଷୟରେ ଜିଲ୍ଲାବାସୀ ତଥା ଜିଲ୍ଲା ପ୍ରଶାସନ ଗୁରୁତର ଭାବରେ ଧ୍ୟାନ ଦେବାକୁ ତଥା ଅବହେଳା କରୁଥିବା ପ୍ରାଣୀ ଚିକିତ୍ସାଳୟର ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।

Comments (0)
Add Comment