ତିନୋଟି ଜୁଆ ଆଡ୍ଡା ଉପରେ ଚଢ଼ାଉ,୧୨ ଗିରଫ

ଗଞ୍ଜାମ/ବ୍ରହ୍ମପୁର: ବିଭିନ୍ନ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ବଡ଼ବଜାର ଥାନା ପୁଲିସକୁ ମିଳିଛି ବଡ଼ ସଫଳତା । ଆଜି ବଡ଼ ବଜାର ଥାନା ପୁଲିସ ହରଡ଼ାଖଣ୍ଡି ବନ୍ଧ, ଉତ୍ତରାମୁଖୀ ଏବଂ ହନୁମାନ ନଗର ଠାରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ଜଣେ ମହିଳାଙ୍କ ସମେତ ୧୨ଜଣ ଜୁଆଡ଼ିକୁ ଗିରଫ କରିଛି । ସେମାନଙ୍କ ନିକଟରୁ ପୁଲିସ ୫୧ହଜାର ୫୬୦ ଟଙ୍କା ଜବତ କରିଛି । ସୂଚନାଯୋଗ୍ୟ ଯେ ଆଉ ଅଳ୍ପ କିଛିଦିନ ମଧ୍ୟରେ ଦଶହରା ଥିବା ବେଳେ ଏହାକୁ ନେଇ ଜୁଆଖେଳର ଆସର ଖୁବ ଜମିବାରେ ଲାଗିଛି । ଯାହାକୁ ନେଇ ବ୍ରହ୍ମପୁର ଜିଲ୍ଲା ପୁଲିସ ସଜାଗ ରହିଥିବା ଜଣାପଡିଛି । ଜୁଆ ଖେଳ ଚାଲିଥିବା ଖବର ପାଇବା ମାତ୍ରେ ହିଁ ପୁଲିସ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ବିପୁଳ ପରିମାଣର ଟଙ୍କା ଏବଂ ଜୁଆଡିଙ୍କୁ ଗିରଫ କରିବାରେ ସକ୍ଷମ ହେଉଥିବା ନଜର ରହିଛି । ସେହିଭଳି ଆଜି ବ୍ରହ୍ମପୁର ବଡ଼ବଜାର ପୁଲିସ ପକ୍ଷରୁ ହନୁମାନ ନଗର ଠାରେ ଚାଲିଥିବା ଏକ ବଡ଼ଧରଣର ଚିଟ୍‌ ଲଟୋରି ତଥା ଜୁଆଆଡ୍ଡା ଉପରେ ଚଢ଼ାଉ କରିଥିଲା । ଚଢ଼ାଉ ୪୪ ହଜାର ୬୬୦ ଟଙ୍କା, ୫୯ଟି ଚିଟ୍‌ ବହି, ୩ଟି ମୋବାଇଲ, ଗୋଟିଏ, ମୋଟରସାଇକଲ ଜବତ କରିଛି । ଚିଟ୍‌ ଲଟୋରି ଚଳାଇଥିବା ୫ ଅଭିଯୁକ୍ତଙ୍କୁ ବଡବଜାର ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନେ ହେଲେ ବଡବଜାର ଥାନା ଅନ୍ତର୍ଗତ ମଥୁରା ନଗରର ମହିଳା ଚାହା ଦୋକାନୀ ତଥା ଅଙ୍ଗନାବାଡି କର୍ମୀ ସନ୍ତୋଷିନୀ ମହାରଣା(୩୩), ବାଲାଜୀପେଣ୍ଠ ସାହିର କୋଟକେଶ୍ୱର ପାତ୍ର(୭୩), ଗୌଡ ସାହିର ଜିତେନ୍ଦ୍ର ଦାସ(୨୮), ଟାଉନ ଥାନା ଅନ୍ତର୍ଗତ ମୋଚି ସାହିର ବ୍ୟାଣ୍ଡ୍‌ ମାଷ୍ଟର କେ. ବିପ୍ର(୪୬) ଓ ଖାଲାସୀ ସାହିର ଜି. ବାଲାଜୀ(୩୮) । ସମସ୍ତଙ୍କୁ କୋର୍ଟ କରାଯାଇଥିବା ଜଣାପଡିଛି । ୧ ଟଙ୍କା ବାନ୍ଧିଲେ ୯୦ ଗୁଣା ଅର୍ଥ ପାଇବାର ଲୋଭ ଦେଖାଇ ସଟ୍ଟା ଖେଳ ତଥା ଚିଟ୍‌ ଲଟେରୀ ଚଳାଇଥିବା ନେଇ ବଡ଼ ବଜାର ଥାନା ପୁଲିସନିକଟରେ ପହଞ୍ଚିଥିଲା । ପରେ ଥାନା ଅଧିକାରୀ ପ୍ରଶାନ୍ତ କୁମାର ଭୂପତିଙ୍କ ଉପସ୍ଥିତରେ ଏସଆଇ ରଞ୍ଜିତ କୁମାର ଦାସ ଓ ତାଙ୍କ ଟିମ ଛନ୍ଦବେଶରେ ହନୁମାନ ନଗର ଠାରେ ଚାଲିଥିବା ଏକ ଚିଟ୍‌ ଲଟେରୀ ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଥିଲେ । ଏହି ଆଡ୍ଡାରେ ଚଢ଼ାଉ କରିବା ପାଇଁ ତିନି ଦିନଧରି ଉପରୋକ୍ତ ପୁଲିସ ଟିମ ଅକ୍ଲାନ୍ତ ପରିଶ୍ରମ କରି ଆଜି ସଫଳ ହୋଇଛନ୍ତି । ହନୁମାନ ନଗର ଠାରେ ଅଙ୍ଗନାବାଡ଼ି କର୍ମୀ ତଥା ଚା’ ଦୋକାନୀ ସନ୍ତୋଷିନୀ ଉପରୋକ୍ତ ୪ ଅଭିଯୁକ୍ତ ଏକ ଲଟେରୀ ଅଫିସ ଚଳାଇଥିଲେ । ୧ ଟଙ୍କା ବାନ୍ଧିଲେ ୯୦ ଗୁଣା ଅର୍ଥ ପାଇବେ ବୋଲି ଅଭିଯୁକ୍ତମାନେ ଲୋକଙ୍କୁ ମିଛ କହି ସଟ୍ଟା କେଳ ଚଳାଉଥିଲେ । ଲୋକମାନେ ନିଜ ଲକି ନମ୍ବରରେ ଟଙ୍କା ବାନ୍ଧିବା ପରେ ଅଭିଯୁକ୍ତମାନେ ଲଟେରୀ ଊଠାଣ କରୁଥିଲେ । ଅଭିଯୁକ୍ତମାନେ ଲଟେରୀର ନାଁ କଲ୍ୟାଣୀ, ମାଧୁରୀ, ଶ୍ରୀଦେବୀ ଓ ଟାଇମ ବଜାର ରଖିଥିଲେ । ଏହି ବେଆଇନ ଖେଳ ଆୟୋଜନ କରି ଅଭିଯୁକ୍ତମାନେ ଲୋକଙ୍କୁ ଠକୁଥିଲେ । ଆଜି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରି ରହିଛି ବୋଲି ଏସପି କହିଛନ୍ତି ।
ବର୍ତ୍ତମାନ ପର୍ଯ୍ୟନ୍ତ ୧୦ରୁ ଉର୍ଦ୍ଧ୍ୱ ମାମଲା ରୁଜୁ ହୋଇଥିବା ବେଳେ ୭ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜବତ ହୋଇଛି ତାହା ସହ ୫୦ରୁ ଉର୍ଦ୍ଧ୍ୱ ଜୁଆଡ଼ିଙ୍କୁ ଗିରଫ କରାଯାଇଥିବା ଏସପି ଡ଼ ସର୍ବଣା ବିବେକ ଏମ କହିଛନ୍ତି ।

Comments (0)
Add Comment