କୁଡୁତୁଲି ସରପଞ୍ଚଙ୍କୁ ଆକ୍ରମଣ, ଦୁଇ ଆକ୍ରମଣକାରୀ ଗିରଫ

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ୍‌ ଅନ୍ତର୍ଗତ କୁଡୁତୁଲି ସରପଞ୍ଚ ଚୈତନ୍ୟ ମଲ୍ଲିକଙ୍କୁ ମଦ ବିକ୍ରେତାଙ୍କ ମାଡ ମାରିଥିବା଼ ଅଭିଯୋଗ ହୋଇଛି । ଘଟଣାରେ ଦୁଇଜଣ ଆକ୍ରମଣକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ ପୁଲିସ କରିଥିବା ଜଣାପଡିଛି । ସୂଚନା ପ୍ରକାରେ ଗତକାଲି ସନ୍ଧ୍ୟା ୬ଟା ୩୦ ମିନିଟ୍‌ ସମୟରେ ମଦ ବିକ୍ରିକୁ ବିରୋଧ କରି ବରାଳୀ ଦେବୀ ସୟଂ ସହାୟକ ଗୋଷ୍ଠୀର ମହିଳା ମାନେ ମଦ ଜବତ କରିବାସହ ବିକ୍ରି ବନ୍ଦ କରିବା ପରେ ସ୍ଥାନୀୟ ସରପଞ୍ଚ ଚୈତନ୍ୟ ମଲ୍ଲିକଙ୍କୁ ଘଟଣାସ୍ଥଳକୁ ଡ଼କାଇଥିଲେ । ଖବରପାଇ ସରପଞ୍ଚ ଘଟଣାସ୍ଥଳରେ ପହଁଚି ବୁଝାସୁଝା କରିବା ସମୟରେ ମଦ ବିକ୍ରି କରୁଥିବା ଦୁଇ ଭାଇ ଗୁରୁବାରିଆ ଦିଗାଳ ଏବଂ ବିନାଶ ଦିଗାଳ ସରପଞ୍ଚଙ୍କୁ ଆକ୍ରମଣ କରିବା ସହ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିଥିଲେ । ଏନେଇ ଆଜି କୁଡୁତୁଲି ଗ୍ରାମବାସୀ କ.ନୂଆଗାଁ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଅଭିଯୋଗକୁ ଆଧାର କରି କ.ନୂଆଗାଁ ପୋଲିସ କେସ ନମ୍ବର ୯୧/୨୨ ରେ ଏକ ମାମଲା ରୁଜୁ କରି ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି ।

Comments (0)
Add Comment