ନବୀନତମ ବୈଷୟିକ ଜ୍ଞାନ ଉପଲବ୍ଧ କରାଇବା ପାଇଁ ଚୁକ୍ତିପତ୍ର ସ୍ୱାକ୍ଷରିତ

ସମ୍ବଲପୁର: ଆମେରିକାରେ ପ୍ରତିଷ୍ଠା ଲାଭ କରିଥିବା କିଛି ବୈଷୟିକ ଜ୍ଞାନ ଏଠାରେ ଉପଲବ୍ଧ କରାଇବା ପାଇଁ ସ୍ଥାନୀୟ ଯୁବ ଉଦ୍ୟମୀ ଇଞ୍ଜିନିୟର ସୁକାନ୍ତ ମେହେର ଆମେରିକାର ଜଣେ ପ୍ରତିଷ୍ଠିତ ଭାରତୀୟ ବୈଜ୍ଞାନିକ ଚନ୍ଦ୍ରଶେଖର ତୱାନଙ୍କ ସହିତ ଏକ ଚୁକ୍ତି କରିଛନ୍ତି । ଏହି ଅବସରରେ ସ୍ଥାନୀୟ ସାମ୍ବାଦିକ ଓ କିଛି ଯୁବ ଉଦ୍ୟମୀଙ୍କୁ ମଧ୍ୟ ଆମନ୍ତ୍ରିତ କରାଯାଇଥିଲା । ଚୁକ୍ତି ସ୍ୱାକ୍ଷରିତ ହେଲା ପରେ ଉଭୟେ ଆମନ୍ତ୍ରିତ ସାମ୍ବାଦିକଙ୍କ ସହିତ ଏହାକୁ ନେଇ ଆଲୋଚନା କରିବା ସହିତ ସେମାନଙ୍କ ପ୍ରଶ୍ନର ଉତ୍ତର ମଧ୍ୟ ରଖିଥିଲେ । ସେମାନଙ୍କ କହିବା ଅନୁସାରେ ଏହାଦ୍ୱାରା ଅନେକ ସ୍ଥାନୀୟ ସମସ୍ୟାର ସହଜ ସମାଧାନ ସମ୍ଭବ ହେବ ।
ବିକାଶଶୀଳ ଭାରତର ଆମ ରାଜ୍ୟ ଓଡ଼ିଶାରେ ନବୀନତମ ପରିବେଶ ଅନୁକୂଳ ବୈଷୟିକ ଜ୍ଞାନ ପ୍ରବେଶ କରାଇବା ପାଇଁ ଆମେରିକାର ଏଆରସି ଏନେର୍ଜିର ପ୍ରତିନିଧି ଡଃ ଚନ୍ଦ୍ରଶେଖର ଚୱାନଙ୍କ ସହିତ ଏଠାକାର ଏଞ୍ଜିଓଟେକ ଏକ୍ୱା ଇଞ୍ଜିନିୟର୍ସର ପ୍ରତିନିଧି ସୁକାନ୍ତ ମେହେର ଆଜି ଚୁକ୍ତି କରିଛନ୍ତି । ଏହା ଦ୍ୱାରା ଅନେକ ସ୍ଥାନୀୟ ସମସ୍ୟାର ସମାଧାନ ହେବାର ଆଶା କରାଯାଉଛି, ଯଥା ଭୂତଳ ଜଳରେ ବିଷାକ୍ତ ଫ୍ଲୋରାଇଡର ଉପସ୍ଥିତି, ଯାହାକି ଆମ ଗ୍ରାମାଞ୍ଚଳରେ ଗରିବ ଜନସାଧାରଣଙ୍କ ଅଧିକ କ୍ଷତି କରିଥାଏ । ଏହି ଆମେରିକୀୟ ବୈଷୟିକ ଦକ୍ଷତା ସଂପନ୍ନ ଏକ ଫିଲ୍ଟର ସାହାଯ୍ୟରେ ଏପରି ପ୍ରଦୂଷିତ ଜଳ ଶୁଦ୍ଧ ହେବା ସହ ପିଇବା ଯୋଗ୍ୟ ହୋଇପାରିବ ।
ପ୍ରଥମ ପର୍ଯ୍ୟାୟରେ ଆମ ସାମାନ୍ୟ ବୈଷୟିକ ଜ୍ଞାନ ବଳରେ ଗାଁ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ପାରିବୁ । ଦ୍ୱିତୀୟ ପର୍ଯ୍ୟାୟରେ ଆପଣଙ୍କ କୂଅରୁ ଆମେ ନିଜସ୍ୱ ଉତ୍ପାଦିତ ସୋର୍ଯ୍ୟ ଊର୍ଜା ଓ ମାଇକ୍ରୋ ଜଳ ବିଦ୍ୟୁତ ଦ୍ୱାରା ପରିଚାଳିତ ଫିଲ୍ଟର ବଳରେ ଗାଁ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ପାରିବୁ । ଏହା ସହିତ ସ୍ଥାନୀୟ ହୋଟେଲ ଉଦ୍ୟୋଗ ପାଇଁ ମଧ୍ୟ ସ୍ୱଳ୍ପ ଖର୍ଚ୍ଚରେ ଫିଲ୍ଟର ବ୍ୟବସ୍ଥା ଯୋଗାଇ ପାରିବୁ । ଏହି ସବୁ କାମ ପାଇଁ ଯେଉଁ ବିଦ୍ୟୁତ ଉର୍ଜାର ଆବଶ୍ୟକତା ରହିଛି, ସେଥିପାଇଁ ଆମେ ସ୍ୱଳ୍ପ ଖର୍ଚ୍ଚରେ ସୋଲାର ପ୍ୟାନେଲ ମଧ୍ୟ ଯୋଗାଇ ପାରିବୁ । ବର୍ତ୍ତମାନ ବ୍ୟବହୃତ ସୋଲାର ପ୍ୟାନେଲର କ୍ଷମତା ୧୫ ପ୍ରତିଶତକୁ ଆମ ବୈଷୟିକ ଜ୍ଞାନ ୨୭ରୁ ୩୬ ପ୍ରତିଶତ ପର୍ଯ୍ୟନ୍ତ ବଢ଼ାଇ ପାରିବ । ଏପରିକି ସାଧାରଣ ପାଇପରେ ପ୍ରବାହିତ ଜଳଧାରରେ ମାଇକ୍ରୋ ଜଳବିଦ୍ୟୁତ ଉତ୍ପାଦନ ପାଇଁ ଆମ ପାଖରେ ଯନ୍ତ୍ରାଂଶ ରହିଛି, ଯାହାକି ଭୂମିଆକର୍ଷଣ ବଳର ସୁବିନିଯୋଗ କରିପାରିବ । ଏହାବ୍ୟତୀତ ବାୟୁ ଉର୍ଜା ବଳରେ ଅଧିକତମ ବିଦ୍ୟୁତ ଉତ୍ପାଦନ ପାଇଁ ଆମେ ବୈଷୟିକ ଜ୍ଞାନ ଓ ଯନ୍ତ୍ରପାତି ଯୋଗାଇବାରେ ସକ୍ଷମ । ଏହା ସହିତ ସାଧାରଣ କଠିନ ବର୍ଜ୍ୟବସ୍ତୁର ପରିଚାଳନା ପାଇଁ ଆମେ ସ୍ୱଳ୍ପ ଖର୍ଚ୍ଚରେ ବୈଷୟିକ ଜ୍ଞାନ ଯୋଗାଇବାରେ ସକ୍ଷମ । ରିମୋଟ ପରିଚାଳିତ ହୋଟେଲ କିମ୍ବା ଘରେ ବ୍ୟବହାର ପାଇଁ ଗରମ ପାଣି, ସୁରକ୍ଷା ଉପକରଣ, ବିଦ୍ୟୁତ ବାହନ ଚାର୍ଜିଙ୍ଗ ପଏଣ୍ଟ ଓ ରୋବୋଟ ଦ୍ୱାରା ଘର ପରିଷ୍କାର ଆଦି ବୈଷୟିକ ଉପକରଣ ଆମେ ଯୋଗାଇ ଦେଇ ପାରିବୁ ।

Comments (0)
Add Comment