ଭାଲୁଡୁଙ୍ଗୁରି ଗାଁରେ ଦୁଗ୍ଧ ଚାଷୀଙ୍କ ସହ ଦିନଟିଏ କାର୍ଯ୍ୟକ୍ରମ : ଅଗ୍ରଣୀ ଚାଷୀଙ୍କୁ ସମ୍ବର୍ଦ୍ଧନା

ଖପ୍ରାଖୋଲ : ଖପ୍ରାଖୋଲ ବ୍ଲକ ଭାଲୁଡ଼ୁଙ୍ଗୁରି ଗାଁରେ ପ୍ରାଣୀ ସମ୍ପଦ ବିଭାଗ ଓ ଓମଫେଡର ମିଳିତ ଆନୁକୁଲ୍ୟରେ ଦୁଗ୍ଧ ଚାଷୀଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ପ୍ରାଣୀ ସମ୍ପଦ ବିକାଶ ବିଭାଗ ତରଫରୁ ଡ଼ ସନ୍ତୋଷ କୁମାର ପଣ୍ଡା , ସି ଡି ଭି ଓ, ବଲାଙ୍ଗିର, ଡ଼ ଗଣେଶ ଜେନା, ଏସ୍‌ଡିଭିଓ, ପାଟଣାଗଡ, ଓମଫେଡ ଜି ଏମ୍‌ ଡ଼ ସରୋଜ କୁମାର ସାହୁ ଏବଂ ଓମଫେଡ କର୍ମକର୍ତ୍ତା, ଖପ୍ରାଖୋଲ ବ୍ଲକ୍‌ ପ୍ରାଣୀସମ୍ପଦ ବିକାଶ ବିଭାଗରୁ ଡ଼ ସପ୍ନେଶ୍ୱର୍‌ ନାଏକ, ଡ଼ ସୁଜିତ କୁମାର ଶତପଥୀ, ଡ଼ ରାକେଶ କୁମାର ବେଦବାକ, ଡ଼ କାରୁ ମାରାଣ୍ଡି, ଘାସ ଚାଷ ବିଶେଷଜ୍ଞ ସୁଜିତ କୁମାର ବାରିକ, ସତ୍ୟାନନ୍ଦ ଭୋଇ, ସୁରେଶ ସେଲମା , ସୁଦାମ ବାରିକ, ରୋଜାଲିନ ମିଶ୍ର, ଝରଣା ମୟୀ ଗଡତ୍ୟା, ରମାକାନ୍ତ ଖମାରୀ, ଗଣେଶ ପଧାନ, ଅଚ୍ୟୁତ ପଧାନ, ସମରେଶ ଭୋଇ ଆଦି କର୍ମଚାରୀ ଉପସ୍ଥିତ ରହି କାର୍ଯକ୍ରମକୁ ସଫଳ ରୂପେ ସଂପାଦନ କରିଥିଲେ । ବେନ୍ଦେର ପଞ୍ଚାୟତରେ ପ୍ରାଣୀ ସମ୍ପଦ ବିକାଶ ବିଭାଗ ତରଫରୁ ଟିକାକରଣ ତଥା ପ୍ରଣିଚିକିତ୍ସା ଶିବିର ଅନୁଷ୍ଠିତ ହୋଇଛି । ପଞ୍ଚାୟତ ସେବା ଶିବିରରେ ପ୍ରାଣୀ ସମ୍ପଦ ବିକାଶ ବିଭାଗ ତରଫରୁ ସରକାରଙ୍କ କଲ୍ୟାଣମୂଳକ ଯୋଜନା ସମ୍ପର୍କରେ ଜନ ସଚେତନତା ପାଇଁ ପଥପ୍ରାନ୍ତ ପାଲା ଅନୁଷ୍ଠିତ ହୋଯାଇଅଛି । ଉକ୍ତ କାର୍ଯ୍ୟକ୍ରମରେ ସରକାରଙ୍କ ଅନୁଦାନରୁ ଦାଦନ ମୁକ୍ତ ହୋଇ ସ୍ୱାବଲମ୍ବୀ ଜୀବନ ଧାରଣ କରି ଚଳୁଥିବା ଶ୍ରୀମତୀ ଭାନୁମତୀ ଛତ୍ରିଆ ତାଙ୍କ ସଫଳତାକୁ ସଭା ମଞ୍ଚରେ ବର୍ଣ୍ଣନା କରିଥିଲେ । ସେଥି ପାଇଁ ସେ ବଲାଙ୍ଗିର ଜିଲ୍ଲା ପ୍ରଶାସନ, ପ୍ରାଣୀ ସମ୍ପଦ ବିକାଶ ବିଭାଗ, ତଥା ଓଡ଼ିଶା ସରକାରଙ୍କୁ ଧନ୍ୟବାଦ୍‌ ପ୍ରଦାନ କରିଥିଲେ । ପଞ୍ଚାୟତ ସେବା ଶିବିରରେ ବେନ୍ଦେର ଠାରେ ୩ ଜଣଙ୍କୁ ପ୍ରାଣୀ ସମ୍ପଦ ବିକାଶ ବିଭାଗ ତରଫରୁ ୫୦୦ ଟିକିଆ ବ୍ରଏଲର କୁକୁଡ଼ା ଫାର୍ମ ପାଇଁ କାର୍ଯ୍ୟାଦେଶ ଜିଲ୍ଲାପାଳଙ୍କ ହସ୍ତରେ ପ୍ରଦାନ କରାଗଲା ।

Comments (0)
Add Comment