ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀରେ ବିଜେଡ଼ିର ମିଶ୍ରଣ ପର୍ବ ,ଶଙ୍ଖ ଧରିଲେ ବିଜେପି ଓ କଂଗ୍ରେସର ଶତାଧିକ କର୍ମୀ

ବାଲିଗୁଡ଼ା: ନିର୍ବାଚନ ପୂର୍ବରୁ ବିରୋଧି ଦଳକୁ ବଡ଼ ଝଟକା । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର କ.ନୂଆଗାଁ ବ୍ଲକ ଅନ୍ତର୍ଗତ ବାଲିଗାଡ଼ା ପଞ୍ଚାୟତର ରାବତବାଡିରେ ବିଜେଡିରେ ମହା ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଧାରାରେ ଅନୁପ୍ରାଣିତ ହୋଇ ନିଜ ଦଳ ଅର୍ଥାତ୍‌ ବିଜେପି ଓ କଂଗ୍ରେସ ଦଳର ଶତାଧିକ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି । ପ୍ରକାଶ ଥାଉକି ଆଜି କେନ୍ଦ୍ର ଆଦିବାସୀ ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡ଼ୁଙ୍କ ଦିନିକିଆ କନ୍ଧମାଳ ଗସ୍ତ ଥିବାବେଳେ ଗତକାଲି ବାଲିଗୁଡ଼ାରେ ରାତ୍ରୀଯାପନ କରିଥିଲେ କେନ୍ଦ୍ରମନ୍ତ୍ରୀ । ଏପଟେ ଆଜି କେନ୍ଦ୍ର ମନ୍ତ୍ରୀଙ୍କ ରାଇକିଆ ଓ ଜି.ଉଦୟଗିରି ଗସ୍ତ ବେଳେ ଦଳରୁ ମୁହଁ ଫେରେଇଛନ୍ତି କର୍ମୀ । ଏହା ବିଜେପି ପାଇଁ ବଡ଼ ଝଟକା ବୋଲି ରାଜନୈତିକ ସମୀକ୍ଷକ ମାନେ ଆଲୋଚନା କରୁଥିବା ବେଳେ ବିଜେଡ଼ି ପାଇଁ ଏହା ଶୁଭ ସଂକେତ ଏବଂ ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀ ଆହୁରି ଶକ୍ତିଶାଳୀ ହେବ ବୋଲି କହିଛନ୍ତି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ବାଲିଗୁଡ଼ା ବ୍ଲକ୍‌ ସଭାପତି ତଥା ସାଂସଦ ପ୍ରତିନିଧି ଟୁନା ଦାସ ।

ବାଲିଗୁଡ଼ା ବିଧାୟକ ଚକ୍ରମଣୀ କହଁର ଓ କ.ନୂଆଗାଁ ବ୍ଲକ୍‌ ସଭାପତି ଭାଗ୍ୟବାନ ବେହେରାଙ୍କ ନେତୃତ୍ୱରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିବା ବେଳେ ଟୁନା ଦାସ ଓ ବିଧାୟକ ଚକ୍ରମଣୀ କହଁରଙ୍କ ସମେତ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲ୍ଲିକ, ବ୍ଲକ୍‌ ଅଧ୍ୟକ୍ଷା ସୁଲୋଚନା ଦଳବେହେରା, ଜିଲ୍ଲା ପରିଷଦ ସଦସ୍ୟା ଅନିତା ମଲ୍ଲିକ, ମହିଳା ସଭାନେତ୍ରୀ ମୋହିନୀ ମଲ୍ଲିକ,କ.ନୂଆଗାଁ ବ୍ଲକ୍‌ ସାଂସଦ ପ୍ରତିନିଧି ସହଦେବ ପାତ୍ରଙ୍କ ଉପସ୍ଥିତିରେ ଶତାଧିକ ପୁରୁଷ ଓ ମହିଳା କର୍ମୀ ନିଜ ଦଳ ଛାଡ଼ି ବିଜେଡିରେ ସାମିଲ୍‌ ହୋଇଛନ୍ତି । ବାଲିଗୁଡ଼ା ବିଜେପି ସରପଞ୍ଚ କନକଲତା ପ୍ରଧାନଙ୍କ ସମେତ ମିଥୁନ ପ୍ରଧାନ, ଲିଲିସନ୍‌ ନାୟକ, ରମେଶ ନାୟକ, ସିମନ୍‌ ପ୍ରଧାନ, ଉପେନ୍ଦ୍ର ପ୍ରଧାନ, ଅରୁଣ ପ୍ରଧାନ ଲୁଲୁ ଦଳବେହେରା, ବିଶ୍ୱାମିତ୍ର ପ୍ରଧାନଙ୍କ ସମେତ ଶତାଧିକ କର୍ମୀ ବିଜେଡିରେ ଯୋଗଦେଇଥିବା ଜଣାପଡ଼ିଛି ।

Comments (0)
Add Comment