ସମୁଦିର ଟାଙ୍ଗିଆ ଚୋଟରେ ସମୁଦି ଗୁରୁତର

ହରଭଙ୍ଗା : ପୁରୁଣାକଟକ ଥାନା କଣ୍ଟିଆପଦର ଗ୍ରାମରେ ଦୁଇ ସମୁଦି ଭିତରେ ଗଣ୍ଡଗୋଳ ହୋଇ ଜଣେ ସମୁଦିର ଟାଙ୍ଗିଆ ଚୋଟରେ ଅନ୍ୟ ଜଣେ ସମୁଦି ଗୁରୁତର ହୋଇଥିବା ଜଣାପଡିଛି । ଏନେଇ ଆହତ ବ୍ୟକ୍ତି ପୁରୁଣାକଟକ ଥାନାରେ ଅଭିଯୋଗ କରିଥିବା ଜଣାପଡିଛି । ଅଭିଯୋଗ ଅନୁସାରେ ଶୁକ୍ରବାର ଦିନ କଣ୍ଟିଆପଦର ଗ୍ରାମର ମୁଳୁ ମୁଖି ଓ ତାଙ୍କ ପୁଅବୋହୂ ସହ ଜମିବାଡ଼ି ବାବଦରେ ନିଜ ଘରେ କଥା ବାର୍ତ୍ତା ହେଉଥିବା ସମୟରେ ବୌଦ୍ଧ ଥାନା ଫକୀ ପୁର ଗ୍ରାମର ମୁଳୁ ମୁଖୀର ସମୁଦି ସନ୍ତୋଷ ନାୟକ ଆସି ହଠାତ ଏକ ଟାଙ୍ଗିଆରେ ମୁଳୁ ମୁଖିଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ ଏବଂ ଦୁଇ ହାତରେ ମଧ୍ୟ ଆଘାତ ଲାଗିଥିଲା । ସଂଗେ ସଂଗେ ଆହତ ବ୍ୟକ୍ତିଙ୍କୁ ପୁରୁଣା କଟକ ମେଡିକାଲ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ବେଳେ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଥିବା ଜଣାପଡିଛି । ଏନେଇ ଥାନାରେ ୯୮/୨୩ରେ ଏକ ମାମଲା ରୁଜୁ ହୋଇ ଘଟଣାର ତଦନ୍ତ ଚାଲିଛି ଏବଂ ଖୁବ ଶୀଘ୍ର ଆସାମୀକୁ ଗିରଫ କରାଯିବ ବୋଲି ଏସଆଇ ଜ୍ଞାନ ମିଶ୍ର ସୂଚନା ଦେଇଛନ୍ତି ।

Comments (0)
Add Comment