ଜିଲ୍ଲାସ୍ତରୀୟ ବିଶ୍ୱ ଯକ୍ଷ୍ମା ଦିବସ ପାଳିତ

ସୁବର୍ଣ୍ଣପୁର : ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ଜିଲ୍ଲାସ୍ତରୀୟ ବିଶ୍ୱ ଯକ୍ଷ୍ମା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସରକାରୀ ମହିଳା ସ୍ୱାସ୍ଥ୍ୟକର୍ମୀ ତାଲିମ କେନ୍ଦ୍ର ଠାରେ ଅନୁଷ୍ଠିତ ସଚେତନତା ସଭାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବିଶ୍ୱ ରଂଜନ ପତି ଅଧ୍ୟକ୍ଷତା କରି ୨୦୨୫ ସୁଦ୍ଧା ଯକ୍ଷ୍ମାକୁ ନିର୍ମୂଳ କରିବାକୁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ(ଯକ୍ଷ୍ମା) ଡାକ୍ତର ପଦ୍ମହଂସା ଦୋରା, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ରୋଗ ନିୟନ୍ତ୍ରଣ) ଡାକ୍ତର ରମେଶ ଚନ୍ଦ୍ର ସ୍ୱାଇଁ, ପ୍ରିନ୍ସିପାଲ ଟ୍ୟୁଟର କନକଲତା ବେହେରା, ସହକାରୀ ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁ, ଡିପିଏମ ବିଶ୍ୱମ୍ୱର ବେହେରା, ଏପିଡେମିଓଲୋଜିଷ୍ଟ ଡାକ୍ତର ବିଷ୍ଣୁଚରଣ ମାଝି ପ୍ରମୂଖ ଅତିଥି ଭାବେ ଯୋଗ ଦେଇ ଯକ୍ଷ୍ମର କାରଣ ଏବଂ ନିରାକରଣ ଉପରେ ଆଲୋଚନା କରିଥିଲେ । ଏହି ଅବସରରେ ଅନୁଷ୍ଠିତ ପୋଷ୍ଟର ପ୍ରସ୍ତୁତି ପ୍ରତିଯୋଗିତାରେ ସରକାରୀ ମହିଳା ସ୍ୱସ୍ଥ୍ୟକର୍ମୀ ତାଲିମ କେନ୍ଦ୍ରର ଛାତ୍ରୀ ମନୀଷା ସୁନା, ଶଶିପ୍ରିୟା ସାହୁ, ଜାମିନୀ ବରିହା ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରି ଅତିଥିଙ୍କ ଠାରୁ ପୁରସ୍କୃତ ହୋଇଥିଲେ । ଉଲୁଣ୍ଡା ବ୍ଲକର ବିଶ୍ୱାମିତ୍ର କଲତା ଏବଂ ସାଥୀ ଲୋକନାଟକ ପରିବେଷଣ ପୂର୍ବକ ଯକ୍ଷ୍ମା ସମ୍ପର୍କିତ ସଚେତନତା ସୃଷ୍ଟି କରିଥିଲେ । ଯକ୍ଷ୍ମାର ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ ସମୀର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ପାଳନତ୍ସୋବରେ ଅନ୍ୟମାନଙ୍କ ମଧ୍ୟରେ ତରଣୀସେନ ପ୍ରଧାନ, ସଞ୍ଜୟ କୁମାର ପଣ୍ଡା, ଶୋଭନା ଦାଶ, ହିତେଶ ତ୍ରିପାଠୀ, ଟିମ୍‌ ସୁବର୍ଣ୍ଣପୁରର ଚୁମକି ମିଶ୍ର, ସ୍ୱାସ୍ଥ୍ୟ କର୍ମଚାରୀ, ମହିଳା ସ୍ୱାସ୍ଥ୍ୟକର୍ମୀ ତାଲିମ କେନ୍ଦ୍ରର ଛାତ୍ରୀମାନେ ଯୋଗଦେଇଥିଲେ ।

Comments (0)
Add Comment