ଭାରତ ପ୍ରସିଦ୍ଧ ଦଶପଲ୍ଲା ଲଂକାପୋଡି ଯାତ୍ରାର ଦିତୀୟ ଦିବସ: ଯାଗରକ୍ଷା ଓ ଶିବ ଧନୁଭଗ୍ନ

ଦଶପଲ୍ଲା : ଭାରତ ପ୍ରସିଦ୍ଧ ଦଶପଲ୍ଲା ଲଂକାପୋଡି ଯାତ୍ରାର ଦିତୀୟ ଦିବସରେ ପରଂପରା ଅନୁସାରେ ଆଜି ମଧ୍ୟାହ୍ନରେ ପ୍ରଭୂ ରଘୁନାଥଙ୍କ ମନ୍ଦିରରେ ଜାଗରକ୍ଷା ଓ ଶିବ ଧନୁଭଗ୍ନ କାର୍ଯ୍ୟକ୍ରମ ନୀତି ଅନୁଷ୍ଠିତ ହୋଇଯାଇଛି । ଏହିକ୍ରମରେ ଶୋତ୍ରୀୟ ବ୍ରାହ୍ମଣ, ପୂଜକ, ସେବାୟତମାନେ ବିଧିମତେ ପ୍ରଭୂ ରଘୁନାଥଙ୍କ ଦ୍ୱିତୀୟ ଦିବସର ପୂଜାକର୍ମ ଓ ନୀତି ଯଥାରୀତି ସମାପନ କରିଥିଲେ । ୧୮୦୨ ମସିହାରୁ ଆରମ୍ଭ ହୋଇଥିବା ଭାରତ ପ୍ରସିଦ୍ଧ ସର୍ବ ପୁରାତନ ମୁକ୍ତାକାଶ ରଂଗମଂଚରେ ଦଶପଲ୍ଲା ଲଂକାପୋଡି ଯାତ୍ରାର ୨ୟ ଦିବସରେ ନିଷ୍ଠା, କାଷ୍ଠାରେ ରହିଥିବା ବ୍ରତଧାରୀ କଳାକାର ମାନଙ୍କ ଦ୍ୱାରା ଅହଲ୍ୟା ତାରଣ, ତାଡ଼କା ବଧ, ଯାଗରକ୍ଷା, କୈବର୍ତ୍ତଙ୍କ ହସ୍ତରେ ପଦ ପ୍ରକ୍ଷାଳନ, ଗଂଗାପାର, ମିଥିଲ୍ୟା ଗମନ ଓ ଶିବଧନୁଭଗ୍ନ ନିଳାଭିନୟ ଅନୁଷ୍ଠିତ ହୋଇଥିଲା । ଓଡିଶାର ବିଶିଷ୍ଠ କବି ବିକ୍ରମ ନରେନ୍ଦ୍ରଙ୍କ ବିରଚିତ ରାମଲୀଳା ପୋଥିଗୀତ ସାଂଗକୁ କେଇହଳ ଗିନି ଓ ପାରଂପାରିକ ବାଦ୍ୟଯନ୍ତ୍ର ସାହାଯ୍ୟରେ ଏହି ନିଳାଭିନୟ ଅନୁଷ୍ଠିତ ହୋଇଥାଏ । ପାରଂପାରିକ ଗାୟନଶୈଳୀ ଓ ନୃତ୍ୟାଭିନୟ ଉପସ୍ଥିତ ହଜାର ହଜାର ଦର୍ଶକଙ୍କୁ ରାମରସରେ ନିମଜ୍ଜିତ କରିବା ସହିତ ମନ୍ତ୍ରମୁଗ୍ଧ କରିବା ସଂଗେ ସଂଗେ ବିମୋହିତ କରିଦେଇଥାଏ ।

Comments (0)
Add Comment