ହାତୀ ଆକ୍ରମଣରେ ବୃଦ୍ଧ ଗୁରୁତର

ନୂଆଗାଁ : ହାତୀ ଆକ୍ରମଣରେ ବୃଦ୍ଧ ଗୁରୁତର । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ମହିପୁର ବନାଞ୍ଚଳ ଅଧିନ ବରକୋଳା ବିଟ ବରକୋଳା ହରିଜନ ସାହିରେ । ସବୁଦିନ ଭଳି ଆଜି ସକାଳୁ ଗୋବିନ୍ଦ ନାଏକ ଆମ୍ବ ଗୋଟାଇବା ଏବଂ କାଠ ପାଇଁ ପାଖ ଜଙ୍ଗଲକୁ ଯାଇଥିଲେ । ସେଠାରେ ଏକ ହାତୀ ତାକୁ ଦଳି ଦେଇ ଚାଲିଯାଇଥିଲା । ଜୀବନ ବିକଳରେ ଦୁଇ କିମି ଗୁରୁଣ୍ଡି ଗୁରୁଣ୍ଡି ଆସିବା ପରେ ଗାଁର କିଛି ସ୍ତ୍ରୀ ଲୋକ ଆମ୍ବ ଗୋଟାଇବା ପାଇଁ ଆସିଥିବା ବେଳେ ଗୋବିନ୍ଦଙ୍କ ଚିକ୍ତାର ଶୁଣି ପାଖକୁ ଆସି ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦେଖି ଗ୍ରାମବାସୀଙ୍କୁ ଜଣାଇବା ପରେ ଲୋକମାନେ ପହଞ୍ଚି ତାଙ୍କୁ ଉଦ୍ଧାର କରି ଆମ୍ବୁଲାନସ ଯୋଗେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଅତ୍ୟଧିକ ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିବାର ସୂଚନା ମିଳିଛି ।

Comments (0)
Add Comment