ବରିଷ୍ଠ ସାମ୍ବାଦିକ ବାସୁଦେବ ମହାପାତ୍ରଙ୍କ ଶେଷକୃତ୍ୟ ସଂପନ୍ନ

ପୁରୀ : ବରିଷ୍ଠ ସାମ୍ବାଦିକ ତଥା ଲେଖକ ବାସୁଦେବ ମହାପାତ୍ରଙ୍କ ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ପୁଅ ମୟଙ୍କ ମହାପାତ୍ର ତାଙ୍କୁ ମୁଖାଗ୍ନି ଦେଇଥିଲେ । ସ୍ୱର୍ଗଦ୍ୱାରରେ ବାସୁଦେବ ମହାପାତ୍ରଙ୍କ ଶେଷ ଦର୍ଶନ ପାଇଁ ତାଙ୍କ ବନ୍ଧୁ, ପ୍ରଶଂସକ ଓ ସାମ୍ବାଦିକଙ୍କ ଭିଡ଼ ଜମିଥିଲା । ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଗତକାଲି ବାସୁଦେବ ମହାପାତ୍ରଙ୍କର ପରଲୋକ ଘଟିଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ବୟସ ହୋଇଥିଲା । ବାସୁଦେବ ମହାପାତ୍ରଙ୍କ ବିୟୋଗରେ ପୁରା ସାମ୍ବାଦିକ ଜଗତରେ ଶୋକର ଛାୟା ଖେଳିଯାଇଛି । ରାଜ୍ୟର ଅନେକ ପ୍ରତିଷ୍ଠିତ ଗଣମାଧ୍ୟମରେ ବହୁ ଗୁରୁତ୍ୱପୁର୍ଣ୍ଣ ଭୂମିକାରେ ସେ କାର୍ଯ୍ୟ କରିଥିଲେ ।
ବାସୁଦେବ ମହାପାତ୍ରଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତି, ରାଜନେତା, ସାମ୍ୱାଦିକ ଶୋକ ବ୍ୟକ୍ତ କରିଛନ୍ତି ।

Comments (0)
Add Comment