ଅଗ୍ନି ବିପନ୍ନଙ୍କୁ ସହାୟତାର ହାତ ବଢାଇଲେ ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷ

ଦଶପଲ୍ଲା : ଆଜି ସକାଳ ୭ ଘଟିକା ସମୟରେ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍‌ ଅନ୍ତର୍ଗତ ବାଣୀଗୋଛା ନୂଆସାହି ତ୍ରିଲୋଚନ ଭୋଇଙ୍କ ଘରେ ଆକସ୍ମିକ ଭାବରେ ନିଆଁ ଲାଗି ଦୁଇବଖରା ଘର ପୋଡିଯିବା ସହିତ ସମସ୍ତ ଆସବାବପତ୍ର, ଗଚ୍ଛିତ ଥିବା ଖାଦ୍ୟ ସାମଗ୍ରୀ ମଧ୍ୟ ପୋଡି ପାଉଁଶ ହୋଇଯାଇଥିଲା । ଏ ଖବର ପାଇ ଦଶପଲ୍ଲା ବ୍ଲକ୍‌ର ପୂର୍ବତନ ଅଧ୍ୟକ୍ଷ ତଥା ବିଜୁଜନତା ଦଳର ଆଗଧାଡିର କର୍ମୀ ଉପେନ୍ଦ୍ର କୁମାର ସାହୁ (ରୂପବାବୁ) , ବିଜୁ ଜନତାଦଳ ବ୍ଲକ୍‌ ସଭାପତି ସୁଦାମ ପ୍ରଧାନ,ଜିଲ୍ଲା ପରିଷଦ ସଭ୍ୟ ହରିଶ୍ଚନ୍ଦ୍ର ଜାନୀ, ବାଣୀଗୋଛା ଅଂଚଳର ଜଣାଶୁଣା ବିଜେଡି କର୍ମୀ ଦାମୋଦର ନାୟକଙ୍କ ସମେତ ବହୁ ବିଜୁଜନତା ଦଳର କର୍ମୀ, ଅଗ୍ନିବିପନ୍ନ ପରିବାରଙ୍କ ଘରେ ପହଞ୍ଚି ସମବେଦନା ଜଣାଇବା ସହିତ, ଚୁଡା,ଚାଉଳ, ଲୁଗା, ଗାମୁଛା ପ୍ରଦାନ କରିଛନ୍ତି ଓ ଖୁବ୍‌ ଶୀଘ୍ର ତାଙ୍କୁ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପ୍ରତିଶୃତି ମଧ୍ୟ ଦେଇଛନ୍ତି ।

Comments (0)
Add Comment