ଓଜେୟୁ ପୁରୀ ଜିଲ୍ଲା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲପାଳଙ୍କ ଜରିଆରେ ୧୦ ଦଫା ଦାବିପତ୍ର

ପୁରୀ: ଓଡିଶା ସାମ୍ବାଦିକ ସଂଘ (ଓ.ଜେ. ୟୁ), ପୁରୀଜିଲ୍ଲା ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦଶ ଦଫା ସମ୍ମିଳିତ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି । ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଦାବିପତ୍ର ଗ୍ରହଣ କରିଥିଲେ । ଦାବିମାନଙ୍କ ମଧ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ, ସ୍ୱାସ୍ଥ୍ୟବୀମା ପାଞ୍ଚ ଲକ୍ଷ ଟଙ୍କାକୁ ବୃଦ୍ଧି, ସାମ୍ବାଦିକଙ୍କ ମୁତ୍ୟୁକାଳୀନ ଆର୍ଥିକ ସହାୟତା ଦଶ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଁ ଦାବୀ କରାଯାଇଛି । ସାମ୍ବାଦିକମାନେ କାର୍ଯ୍ୟ କରିବାପାଇଁ ଏକ ଆଦର୍ଶ ମାର୍ଗଦର୍ଶିକା କାର୍ଯ୍ୟାବଳୀ (ଏସ.ଓ.ପି )ପ୍ରଣୟନ, ଅବସର କାଳୀନ ଭତ୍ତାପ୍ରଦାନ, ବ୍ୟାଙ୍କ ଋଣ ସରଳିକରଣ, ଜିଲ୍ଲା, ବ୍ଲକ, ଉପଖଣ୍ଡ ସାମ୍ବାଦିକମାନଙ୍କୁ ସାମ୍ବାଦିକ ଅଧୀସ୍ୱୀକୃତି ନୀତିରେ ସାମିଲ କରାଯାଉ । ସାମ୍ବାଦିକମାନଙ୍କ ପାଇଁ ପ୍ରେସ କଲୋନୀ ପ୍ରତିଷ୍ଠା,ସରକାରୀ ବିଜ୍ଞାପନରୁ ଦୁଇ ପ୍ରତିଶତ ଲେଭି କାଟି ସାମ୍ବାଦିକ କଲ୍ୟାଣ ପାଣ୍ଠିରେ ବ୍ୟବହାର କରାଯାଉ, ସାମ୍ବାଦିକ କମିଟି ଗଠନ କରାଯାଉ, ଦାବିପତ୍ର ଦେବାସମୟରେ ଜିଲ୍ଲା ସଭାପତି ବିଜୟ ମିଶ୍ର, ସମ୍ପାଦକ ସୁଧାଂଶୁ ଶେଖର କର, କାର୍ଯ୍ୟକାରୀ ସଭାପତି ଅକ୍ଷୟ ସ୍ୱାଇଁ, ପ୍ରଦୀପ ପ୍ରଧାନ,ବିକ୍ରମ କେଶରୀ ଆଚାର୍ଯ୍ୟ, ସତ୍ୟନାରାୟଣ ପଟ୍ଟନାୟକ, ଦିବ୍ୟରଞ୍ଜନ ବିଶୋଇ, ସଞ୍ଜୟ ଅଗ୍ରୱାଲ, ସୁଶାନ୍ତ ସାହୁ, ଆଇନ ଉପଦେଷ୍ଟା ରାମଚନ୍ଦ୍ର ମହାପାତ୍ର ଓ କର୍ଣ୍ଣବୀର ମହାପାତ୍ର ଓ ଅନ୍ୟସଭ୍ୟମାନେ ଉପସ୍ଥିତ ଥିଲେ ।

Comments (0)
Add Comment