ଫୁଲବାଣୀ ଓକିଲ ସଂଘର ସଭାପତି ହେଲେ ଭଗବାନ ମହାନ୍ତି

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ଓକିଲ ସଂଘର ନିର୍ବାଚନ ଫଳାଫଳ ପ୍ରକାଶିତ ହୋଇଛି । ସଭାପତି ଭାବେ ବରିଷ୍ଠ ଆଇନଜୀବୀ ଭଗବାନ ମହାନ୍ତି ନିର୍ବାଚିତ ହୋଇଥିବା ବେଳେ ସମ୍ପାଦକ ଭାବେ କମଳ କୁମାର ବେହେରା ନିର୍ବାଚିତ ହୋଇଛନ୍ତି । ସେହିପରି ଉପସଭାପତି ଭାବେ ବୀଣାପାଣି ପ୍ରଧାନ, ସହ ସମ୍ପାଦକ ରଞ୍ଜନ କୁମାର ଦାଶ, ଲାଇବ୍ରେରୀ ସମ୍ପାଦକ ଗୌରାଙ୍ଗ ଚରଣ ସ୍ୱାଇଁ, କୋଷାଧ୍ୟକ୍ଷ ଭାବେ କୃଷ୍ଣ ଚନ୍ଦ୍ର ସେନାପତି ନିର୍ବାଚିତ ହୋଇଛନ୍ତି । ସେହିପରି କାର୍ଯ୍ୟକାରୀ ସଦସ୍ୟ ଭାବେ ବିଜୟ କୁମାର ମହାନ୍ତି, ଦୁର୍ଗା ଶଙ୍କର ପଟ୍ଟନାୟକ, ହରିଶ୍ଚନ୍ଦ୍ର ମହାରଣା, ଶିବ ପ୍ରସାଦ ତ୍ରିପାଠୀ, ସିଦେ୍ଧଶ୍ୱର ଦାଶ, ଅସୀମ କୁମାର ପ୍ରହରାଜ, ଚନ୍ଦ୍ର ଶେଖର ପରିଡା, ରବି ନାରାୟଣ ମିଶ୍ର, ନମିତା ସାହୁ, କୁଞ୍ଜ ବିହାରୀ ଶତପଥୀ, ରମେଶ ଚନ୍ଦ୍ର ମହାନ୍ତି ପ୍ରମୁଖଙ୍କ ସମେତ ନିର୍ବାଚିତ ସମସ୍ତ ପ୍ରତିନ୍ଦ୍ୱନ୍ଦି ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ବୋଲି ଓକିଲ ସଂଘର ନିର୍ବାଚନ ଅଧିକାରୀ ଭି ଭି ରାମଦାଶ ସୂଚନା ଦେଇଛନ୍ତି । ନିର୍ବାଚନ ଫଳାଫଳ ପ୍ରକାଶ ପରେ ଫୁଲବାଣୀ ବାର ସଙ୍ଘର ସମସ୍ତ ସଦସ୍ୟ ନିର୍ବାଚିତ କର୍ମକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Comments (0)
Add Comment