ଖପ୍ରାଖୋଲ ମହୋତ୍ସବ ପାଇଁ କଂସ ବରଣ

ଖପ୍ରାଖୋଲ : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ସ୍ଥାନୀୟ ଯୁବ ସଂଗଠନ ତରଫରୁ ଖପ୍ରାଖୋଲ ମହୋତ୍ସବ ପାଳିତ ହେବା ପାଇଁ ପ୍ରସ୍ତୁତି ସଂପୂର୍ଣ୍ଣ ହୋଇଯାଇଛି । ମହୋତ୍ସବ ୧୫/୧୨ ରୁ ୨୧/୧୨ ରିଖ ପର୍ଯ୍ୟନ୍ତ ଅନୁଷ୍ଟିତ ହେବା ପାଇଁ ସ୍ଥିର ହୋଇଛି । ମହୋତ୍ସବ ରେ ଧନୁଯାତ୍ରା ଅନୁଷ୍ଠିତ ହେବାକୁ ଥିବା ବେଳେ ମଙ୍ଗଳବାର ଦିନ ମାଁ ଡୁମେରତଲେନ ମନ୍ଦିରରେ ପୂଜା ଅର୍ଚ୍ଚନା ପରେ ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ବରପଦର ଗ୍ରାମର ନିର୍ମଳ ମେହେରଙ୍କୁ କଂସ ଭୂମିକା ପାଇଁ ଯୁବକ ସଂଘ ତରଫରୁ କଂସ ବରଣ କରାଯାଇଛି । ଏହା ସହ ମହୋତ୍ସବରେ ସମ୍ବଲପୁରୀ କମେଡିଆନ୍‌ ଯୋଗେଶ ଜୋଜୋ , ଅପେରା ସୂର୍ଯ୍ୟ ମହଲ , ମିନା ବଜାର ଓ ଅନ୍ୟାନ୍ୟ ସାଂସ୍କତିକ କାର୍ଯ୍ୟକ୍ରମ ଅନୁଷ୍ଟିତ ହେବା ନେଇ ସ୍ଥିର ହୋଇଥିବା ଜଣାପଡିଛି । ଅନୁଷ୍ଟିତ ମହୋତ୍ସବରେ ରଞ୍ଜନ ସାହୁ କଂସ ବରଣ କରିଥିବା ବେଳେ ସଂଘ ସଭାପତି ବୁଲୁ ପଣ୍ଡା, ଉପ-ସଭାପତି ଡୋଲାମଣି ଷାଣ୍ଢ, ଅରଖିତ ସାହୁ , ଆଶିଷ ଭୋଇ , ସନ୍ତୋଷ ପଧାନ , ବାଦଲ ଦଣ୍ଡସେନା , ରାମପ୍ରସାଦ ସାହୁ , ପଦ୍ମନାଭ ପଧାନ, ବିନୋଦ ସାହୁ , ସତ୍ୟ ବାଗ, ଉଦ୍ଧବ ମେହେର, ଦିଲୀପ ଗଡ଼ତ୍ୟା, ମନୋଜ ଦଣ୍ଡସେନା, ରୋହିତ ଶଗଡ଼ିଆ , ତେଜରାଜ ଦଣ୍ଡସେନା, ହରିବୋଳ ଦାସ, ରାଜୁ ବାରିକ, ଅନିଲ ସାହୁ, ସୁଶାନ୍ତ ପଧାନ, ଲଷ୍ମୀକାନ୍ତ ଦଣ୍ଡସେନା ଓ ଠଣ ସୁନ୍ଦର ସାହୁ ଉପସ୍ଥିତ ରହିଥିଲେ ।

Comments (0)
Add Comment