ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା; ଜଣେ ମୃତ, ଜଣେ ଗୁରୁତର

ହରଭଙ୍ଗା : ହରଭଙ୍ଗା ବ୍ଲକ ଚାରିଛକ-କୁସଙ୍ଗ ପୂର୍ତ୍ତି ରାସ୍ତା ଅଯୋଧ୍ୟା ନିକଟରେ ବାଇକ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସୂଚନା ମତେ ମଙ୍ଗଳବାର ସକାଳ ୯ଟା ସମୟରେ ଧଳପୁର ପଞ୍ଚାୟତ ଧଳପୁର ଗ୍ରାମର ଅଜିତ ପ୍ରଧାନ( ୨୮)ବୁଢୀକଣ ଗ୍ରାମର ଶ୍ରୀକାନ୍ତ ମହାଲିକ(୨୯)ଏକ ବାଇକ ଯୋଗେ କୋଣସି ଏକ କାର୍ଯ୍ୟରେ ଯାଇ ଘରକୁ ଫେରିଥିବା ବେଳେ ଅଯୋଧ୍ୟା ନିକଟରେ ବାଇକ ଭାରସାମ୍ୟ ହରାଇ ଏକ ଗଛରେ ଧକ୍କା ଦେଇଥିଲେ । ଫଳରେ ଚାଳକ ଶ୍ରୀକାନ୍ତ ମହାଲିକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ସ୍ଥାନୀୟ ବାସିନ୍ଦା ଆମ୍ବୁଲାନ୍ସ ଯୋଗେ ଦୁଇଜଣଙ୍କୁ ପୁରୁଣାକଟକ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଡାକ୍ତର ଶ୍ରୀ ମହାଲିକଙ୍କୁ ମୃତ୍ୟୁ ଘୋଷଣା କରିଥିବା ବେଳେ ଗୁରୁତର ଅଜିତକୁ ଏବେ ଚିକିତ୍ସା କରାଯାଉଛି । ପୁରୁଣା କଟକ ପୋଲିସ ଘଟଣା ସ୍ଥଳରେ ପହଂଚି ମୃତ୍ୟୁ ଶରୀରକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଘଟଣାର ତଦନ୍ତ ଚଳାଇଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି ।

Comments (0)
Add Comment