୧୭୦ଜଣ ବରିଷ୍ଠ ନାଗରିକଙ୍କ ତୀର୍ଥ ଯାତ୍ରାର ଶୁଭାରମ୍ଭ

ନବରଙ୍ଗପୁର : ଓଡିଶା ସରକାରଙ୍କ ବରିଷ୍ଟ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଯୋଗ୍ୟ ବରିଷ୍ଠ ନାଗରିକ ମାନଙ୍କ ତୀର୍ଥଯାତ୍ରା କରିବାପାଇଁ ସରକାରଙ୍କ ତରଫରୁ ସ୍ୱତନ୍ତ୍ର ସୁବିଧା ଯୋଗାଇ ଦିଆଯାଉଛି । ଆଜି ଜିଲ୍ଲା ପ୍ରଶାସନ ତରଫରୁ ୪ ଗୋଟି ସ୍ୱତନ୍ତ୍ର ବସ ଯୋଗେ ଜିଲ୍ଲାର ଦଶ ଗୋଟି ବ୍ଲକ୍‌, ଦୁଇ ଗୋଟି ପୌରପାଲିକାରୁ ୧୭୦ ଜଣ ବରିଷ୍ଠ ନାଗରିକ ମାନଙ୍କୁ ନେଇ ରାୟଗଡା ଅଭିମୁଖେ ଯାତ୍ରା କରିଛି । ଆଜି ରାୟଗଡ଼ାରେ ବରିଷ୍ଠ ତୀର୍ଥଯାତ୍ରୀ ମାନେ ରାତ୍ର ଯାପନ କରି ୨୮ ତାରିଖରେ ଘ ୧୨.୪୫ମି ସମୟର ରାୟଗଡ଼ାରୁ ଏକ ସ୍ୱତନ୍ତ୍ର ଟ୍ରେନ ଯୋଗେ ତୀର୍ଥଯାତ୍ରା କରିବେ । ଏହି ତୀର୍ଥଯାତ୍ରୀ ସମୟରେ ଯାତ୍ରୀମାନେ ଭେଲୋର୍‌, ତିରୁପତି, ଶ୍ରିକଳାହସ୍ତୀ ଭ୍ରମଣ କାର୍ଯ୍ୟକ୍ରମ ସାରି ଆସନ୍ତା ଏପ୍ରିଲ ଦୁଇ ତାରିଖର ନିଜ ଜିଲ୍ଲାକୁ ଫେରି ଆସିବେ । ଆଜି ସ୍ଥାନୀୟ ମିଶନ ଶକ୍ତି ସଭା ଗୃହରେ ତୀର୍ଥଯାତ୍ରାରେ ବାହାରି ଥିବା ସମସ୍ତ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀମାନଙ୍କୁ ନେଇ ଅନୁଷ୍ଠିତ ସମାରୋହରେ ବିଧାୟକ ନବରଂଗପୁର ସଦାଶିବ ପ୍ରଧାନି, ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ଯୋଗଦେଇ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନରେ ରହିଥିବା ସ୍ୱତନ୍ତ୍ର ସୁବିଧା ସମ୍ପର୍କରେ ସୂଚନା ଦେଇ ସମସ୍ତ ତୀର୍ଥଯାତ୍ରୀ କିପରି ଭଲରେ ତୀର୍ଥଯାତ୍ରା ସାରି ନିଜ ଘରକୁ ଫେରି ଆସିବେ ବୋଲି ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ ଏବଂ ସବୁଜ ପତାକା ଦେଖାଇ ତୀର୍ଥଯାତ୍ରାର ଶୁଭାରମ୍ଭ କରିଥଲେ । ତୀର୍ଥଯାତ୍ରୀଙ୍କୁ ନେବା ଆଣିବା ଓ ତାଙ୍କର ସୁବିଧା ଅସୁବିଧା ବୁଝିବା ପାଇଁ ଛଅ ଜଣ ଅଧିକାରୀଙ୍କୁ ସାଙ୍ଗରେ ପଠାଯାଇଛି । ଏଥିରେ ଜିଲ୍ଲା କ୍ରୀଡ଼ା ଅଧିକାରୀ, ମହେନ୍ଦ୍ର କୁମାର ସାହୁ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରଯାଇଥିଲା ।

Comments (0)
Add Comment