ରାହୁଲଙ୍କ ସାଂସଦ ପଦ ରଦ୍ଦ ପ୍ରତିବାଦରେ ଜିଲ୍ଲା କଂଗ୍ରେସର ସତ୍ୟାଗ୍ରହ

ବୌଦ୍ଧ : ବର୍ତ୍ତମାନ କେନ୍ଦ୍ର ଶାସନରେ ରହିଥିବା ବିଜେପି ସରକାର ଆଦାନୀ ସ୍କାମରେ ଜଡିତ ରହିଥିବା ଘଟଣା ” ହିଡ଼ନ ବର୍ଗ” ତଥ୍ୟରୁ ଜଣାପଡିବା ପରଠାରୁ କଂଗ୍ରେସ ଦଳର ନେତା ରାହୁଲ ଗାନ୍ଧୀ ବାରମ୍ବାର କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ ପଚାରି ଚାଲିଛନ୍ତି, ଯାହାଫଳରେ ନରେନ୍ଦ୍ର ମୋଦୀ ଅହଂକାରି ମନୋଭାବ ନେଇ ମିଥ୍ୟା କେସ କରି କଂଗ୍ରେସ ଦଳର ଯୁବ ନେତାଙ୍କ ସଭ୍ୟ ପଦ ରଦ୍ଦ କରି ଦେଇଥିବା ଅଭିଯୋଗ କରିଛି କଂଗ୍ରେସ । ସେଇଥି ପାଇଁ ଆଜି ସମଗ୍ର ଦେଶରେ ରାହୁଲ ଗାନ୍ଧୀଙ୍କ ସପକ୍ଷରେ କଂଗ୍ରେସ ଦଳ ତାର ଆନ୍ଦୋଳନ ଜାରି ରଖିଛି । ଏହି ପ୍ରରିପେକ୍ଷୀରେ ଆଜି ବୌଦ୍ଧ ଜିଲ୍ଲା କଂଗ୍ରେସ ସଭାପତି ନବ କୁମାର ମିଶ୍ରଙ୍କ ନେତୃତ୍ୱରେ ବୌଦ୍ଧ ଜାମୁଛକ ସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୁଦ୍ଧରେ ଜିଲ୍ଲା କଂଗ୍ରେସର ନେତୃମଣ୍ଡଳୀ ସତ୍ୟାଗ୍ରହରେ ବସିଥିଲେ । ଆଜିର ସତ୍ୟାଗ୍ରହ କାର୍ଯ୍ୟକ୍ରମରେ ସନ୍ଧ୍ୟା ରାଣୀ ସିଂ, ମମତା ପଣ୍ଡା, ପଙ୍କଜ କୁମାର କର୍ଣ୍ଣ, ପୌଲସ୍ତି ପ୍ରଧାନ, ଅଭିଳାଷ ସ୍ୱାଇଁ, ରୋହିତାଶ୍ୱ ବେହେରା, ବେଣୁଧର ବେହେରା, ବୁଦ୍ଧଦେବ ପ୍ରଧାନ, ସମରେନ୍ଦ୍ର ମହାକୁଳ, ଅର୍ଜୁନ ମହାନନ୍ଦିଆ, ନୀତେଶ ମେହେର, ପ୍ରତାପ ପଣ୍ଡା, ପ୍ରମୋଦ ପ୍ରଧାନ,ସଂଜୀବ କୁମାର ଦେଓ, ଆଇନଜୀବୀ ଅରୂପ ପଟ୍ଟନାୟକ, ତାରିଣୀ ଜେନା ପିସିସି ସଭ୍ୟ ଗଣେଶ ପ୍ରସାଦ ଅଗ୍ରୱାଲ ମୁଖ୍ୟ ମୁଖପାତ୍ର ଶାନ୍ତନୁ କୁମାର ମହାପାତ୍ର ଏବଂ ସମରେଶ ମିଶ୍ରଙ୍କ ସମେତ ସଂଖ୍ୟାଧିକ ମହିଳା ଓ ପୁରୁଖା କଂଗ୍ରେସ କର୍ମୀ ଉପସ୍ଥିତ ରହିଥିଲେ ।

Comments (0)
Add Comment