ଡ଼ଃ ନୃସିଂହାନନ୍ଦ ମହାପାତ୍ର ପାଇଲେ ସ୍ମୃତିଲିପି ସମ୍ମାନ

ଫୁଲବାଣୀ : କନ୍ଧମାଳର ବରିଷ୍ଠ ସାହିତ୍ୟିକ, ଶିକ୍ଷାବିତ ତଥା ସମାଜ ସେବୀ ଡ଼ଃ ନୃସିଂହାନନ୍ଦ ମହାପାତ୍ର ତାଙ୍କର ସାହିତ୍ୟ ସାଧନା ପାଇଁ କଟକରେ ସ୍ମୃତିଲିପି ଅନୁଷ୍ଠାନ ତରଫରୁ ସମ୍ମାନଜନକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । କଟକ ଶ୍ରୀରାମ ଚନ୍ଦ୍ର ଭବନ ଠାରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ସମାବେଶରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ସାଂସଦ ଐର ଖାରବେଳେ ସ୍ୱାଇଁ ଯୋଗ ଦେଇଥିଲେ । ପୂର୍ବତନ ଅର୍ଥ ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇ, ବରିଷ୍ଠ ଲୋକ ସମ୍ପର୍କ ଅଧିକାରୀ ପ୍ରସନ୍ନ କୁମାର ବେଉରା, ସାହିତ୍ୟ ଏକାଡେମୀ ସଦସ୍ୟ ବାହାଦୁର ପାଟଶାଣୀ, ବରିଷ୍ଠ ସାହିତ୍ୟିକ ଚିତ୍ତରଞ୍ଜନ ମହାନ୍ତି, ଲଡ଼ୁକିଶୋର ପଡିହାରୀ, କବି ଜୟନ୍ତ ମହାପାତ୍ର, ଅମରେଶ କୁମାର ପଟ୍ଟନାୟଜ, ଧରଣୀଧର ଦାସ, ସୂର୍ଯ୍ୟମଣୀ ଖଟୁଆ, ରାଜୀବ କୁମାର ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ରହି ମଞ୍ଚ ମଣ୍ଡନ କରିଥିଲା ବେଳେ ଭୁବନ ମୋହନ ମହାନ୍ତି ସମ୍ପାଦକ ଭାବେ କାର୍ଯ୍ୟକ୍ରମ ସମ୍ପାଦିତ କରିଥିଲେ । ରାଜ୍ୟ ସ୍ତରୀୟ କବିତା ପାଠରେ ଗୀତାଶ୍ରୀ ପ୍ରିୟମ୍ବଦା, ବିଜୟ କୁମାର ନାଥ ଓ ମୀରା ବେଉରା ପ୍ରମୁଖ ସଂଯୋଜନା କରିଥିଲେ । ଡ଼ଃ ମହାପାତ୍ର ଫୁଲବାଣୀ ଆଇଟିଆଇର ସହକାରୀ ତାଲିମ ଅଧିକାରୀ ଅଟନ୍ତି । ସେ ଜିଲ୍ଲା ଲେଖକ ସାମ୍ମୁଖ୍ୟ, ସମ୍ବାଦ ସାହିତ୍ୟ ଘର, ରୋଟାରି କ୍ଲବ, ନିରଞ୍ଜନ ଦିବ୍ୟାଙ୍ଗ ସେବା ସମିତି ସମେତ ରାଜ୍ୟର ବହୁ ସାହିତ୍ୟ ଅନୁଷ୍ଠାନ ସହ ପ୍ରତ୍ୟେକ୍ଷ ଭାବେ ଜଡିତ ଅଛନ୍ତି । ତାଙ୍କର କୋଡିଏରୁ ଉର୍ଦ୍ଧ୍ୱ ପୁସ୍ତକ ପ୍ରକାଶିତ ହୋଇ ସାରିଲାଣି । ଏହି ସମ୍ମାନ ପାଇଁ ଫୁଲବାଣୀର ବହୁ ସାହିତ୍ୟିକ ଓ ଅନୁଷ୍ଠାନ ତାଙ୍କୁ ସ୍ୱାଗତ ଜଣାଇଛନ୍ତି ।

Comments (0)
Add Comment