ସୁବର୍ଣ୍ଣପୁରରେ ଥିବା ପ୍ରାଚୀନ କୀର୍ତ୍ତିରାଜିର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ସୁବର୍ଣ୍ଣପୁର : ସଦର ମହକୁମାରେ ରହିଥିବା ରାଜବାଟୀ, ଶଶିସେଣା ସ୍ମୃତିପୀଠ,(ନିମୁହିଁ ମନ୍ଦିର),ଦିଲବାହାଲପୁର ଜଙ୍ଗଲଠାରେ ରହିଥିବା ବୁଢାରାଜା କୋଠି, ଅର୍ଜୁନପୁର ଜଙ୍ଗଲ ମଧ୍ୟରେ ରହିଥିବା ରାଜାକୋଠି ଏବଂ ଛୀନଛାନ୍‌ ଡୁଙ୍ଗୁରି ଇତ୍ୟାଦି ଐତିହାସିକସ୍ଥଳୀ ସବୁକୁ ଐତିହ୍ୟ ସ୍ଥଳୀର ମାନ୍ୟତା ସହ ସରକାର ତୁରନ୍ତ ଏହାକୁ ହାତକୁ ନେବା ପାଇଁ ସଚେତନ ନାଗରିକ ମଞ୍ଚ ଦାବି କରୁଛି ।
ଏନେଇ ପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ସୁବର୍ଣ୍ଣପୁରବାସୀ ଏକ ସ୍ମାରକପତ୍ର ପ୍ରଦାନ ଜରିଆରେ ଉକ୍ତ ପୀଠ ସବୁକୁ ଐତିହ୍ୟସ୍ଥଳୀର ମାନ୍ୟତା ପାଇଁ ଦୃଷ୍ଟି ଆକର୍ଷଣ କରିଥିଲେ । ବର୍ତ୍ତମାନ ସୁଦ୍ଧା କୋଣସି ପଦକ୍ଷେପ ଗ୍ରହଣ କରାନଯିବାରୁ ପୁଣିଥରେ ସଚେତନ ନାଗରିକ ମଞ୍ଚ ମୁଖ୍ୟମନ୍ତ୍ରୀଙ୍କୁ ଏନେଇ ପତ୍ର ଲେଖିଲେ ବୋଲି ସଚେତନ ନାଗରିକ ମଞ୍ଚର ସଭାପତି ସୂଚନା ଦେଇଛନ୍ତି ।

Comments (0)
Add Comment