ବୌଦ୍ଧ ବିଇଓ ଧ୍ରୁବ ଚରଣ ଘିବେଲାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ବୌଦ୍ଧ : ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ଘିବେଲା ଗତକାଲି ତାଙ୍କର ସରକାରୀ କାର୍ଯ୍ୟରୁ ଅବସର ନେଇଛନ୍ତି । ଏହି ଅବସରରେ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟଠାରେ ଉକ୍ତ କାର୍ଯ୍ୟାଳୟର କର୍ମଚାରୀଙ୍କ ତରଫରୁ ଏକ ଅବସରକାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଆୟୋଜିତ ସଭାରେ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ କମଳକାନ୍ତ ଦଳବେହେରା, ଅଖିଳ କୁମାର ପ୍ରଧାନ, ମୁଖ୍ୟ କିରାଣୀ ଦିଲ୍ଲୀପ କୁମାର ମେହେର, ପ୍ରୀତିରଞ୍ଜନ ମହାଲିକ, ବାପିନା ମହାରଣା, ଛନ୍ଦାରଣୀ ପ୍ରଧାନ, ଅରୁଣ କୁମାର ମେହର ପ୍ରମୁଖ ଶ୍ରୀ ଘିବେଲାଙ୍କ ବିଗତ ଦିନର କାର୍ଯ୍ୟଶୈଳୀ ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଶେଷ ପର୍ଯ୍ୟାୟରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଘିବେଲା ନିଷ୍ଠାର ସହିତ କାର୍ଯ୍ୟ କରିବା ସହିତ ବିଭିନ୍ନ ପରିସ୍ଥିତିରେ ଧୈର୍ଯ୍ୟର ସହିତ କାମକରିବାକୁ କର୍ମଚାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । କାର୍ଯ୍ୟାଳୟର ଅନ୍ୟତମ କର୍ମଚାରୀ ସୁଧୀର କୁମାର ନାୟକ, କୁନ୍ତୀ ଦିଗାଲ,ସୁଭେନ୍ଦୁ ବାରିକ, ଭାଗ୍ୟବତୀ ସାହୁ, ପଦ୍ମଲୋଚନ କର୍ଣ୍ଣ,ସନ୍ତୋଷ ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଶ୍ରୀ ଘିବେଲାଙ୍କୁ ଫୁଲତୋଡା ସହିତ ଉପହାର ଉପଢୌକନରେ ସମ୍ବର୍ଦ୍ଧିତ କଲାପରେ ଶଙ୍କର ମେହେର ଧନ୍ୟବାଦ ଦେଇଥିଲେ । ସନ୍ଧ୍ୟାରେ ଏକ ନୈଶ୍ୟ ଭୋଜିର ଆୟୋଜନ କରାଯାଇଥିଲା ।

Comments (0)
Add Comment