ଗୋଁଣ୍ଡ ମହାସଭାର ବଡଦେଓ ପଞ୍ଜିକା ୨୦୨୨ ଉନ୍ମୋଚିତ

ସମ୍ବଲପୁର: ସ୍ଥାନୀୟ ଜିଲ୍ଲା ପ୍ରେକ୍ଷାଲୟ ତପସ୍ୱିନୀ ଠାରେ ଆଜି ଅନୁଷ୍ଠିତ ଏକ ଜାତୀୟ ସମାବେଶରେ ଗୋଁଣ୍ଡ ମହାସଭାର ବଡଦେଓ ପଞ୍ଜିକା ୨୦୨୨ ଉନ୍ମୋଚିତ ହୋଇଯାଇଛି । ଅଖିଳ ଭାରତୀୟ ଗୋଁଣ୍ଡୱନା ଗୋଁଣ୍ଡ ମହାସଭା ରାଜ୍ୟର ଗୋଁଣ୍ଡ ବହୁଳ ୨୦ଟି ଜିଲ୍ଲାରେ ବସବାସ କରୁଥିବା ୨୦୧୧ ଜନଗଣନା ଅନୁସାରେ ୯୨.୦୮ ଲକ୍ଷ ଲୋକଙ୍କର ସର୍ବାଙ୍ଗୀନ ଉନ୍ନତି ସହ ସାମାଜିକ କ୍ଷେତ୍ରରେ ସୁଦୃଢ ଓ କର୍ତ୍ତବ୍ୟ ପରାୟଣ ଭୂମିକା ଗ୍ରହଣ କରିବା ପାଇଁ ଚାରି ଶହରୁ ଅଧିକ ଗୁଡି, ପଲ୍ଲୀ, ପୁଞ୍ଜ, ବ୍ଲକ, ଜିଲ୍ଲା ଏବଂ ରାଜ୍ୟର ପାଞ୍ଚ ହଜାରରୁ ଅଧିକ କର୍ମକର୍ତ୍ତାଙ୍କ ସହଯୋଗ ପ୍ରଦର୍ଶିତ ହୋଇଥିଲା । ମହାସଭାର ରାଜ୍ୟ ସଭାପତି ମହେନ୍ଦ୍ର ନାଏକଙ୍କ ସଭାପତିତ୍ୱ କରିଥିବା ବେଳେ ନବରଙ୍ଗପୁର ସାଂସଦ ତଥା ମହାସଭାର ମୁଖ୍ୟ ପୁରୋଧା ରମେଶ ଚନ୍ଦ୍ର ମାଝୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଏହା ସହିତ କୁଚିଣ୍ଡା ପୂର୍ବତନ ବିଧାୟକ ତଥା ପୁରୋଧା ରବି ନାରାୟଣ ନାଏକ, ଝାରଖଣ୍ଡ ମନୋହରପୁର ପୂର୍ବତନ ବିଧାୟକ ଗୁରୁଚରଣ ନାଏକ, ବାଲିଗୁଡା ପୂର୍ବତନ ବିଧାୟକ ରାଜୀବ ପାତ୍ର, ମହାସଭାର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଖାମସିଂହ ମାଝୀ, ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ମହାସଭାର ପ୍ରଥମ ସୋପାନ କାର୍ଯ୍ୟକ୍ରମ ରୀତିନୀତି, ଚାଲିଚଳନ, ପୁରାତନ ଇତିହାସକୁ ନେଇ ପ୍ରକାଶ ପାଇଥିବା ବଡଦେଓ ପଞ୍ଜିକା ଆଗାମୀ ଦିନରେ ଗୋଁଣ୍ଡ ମାନଙ୍କର ପ୍ରକୃତ ପରିଚୟ ଲୋକ ଲୋଚନକୁ ଆସିବ । ଆଗାମୀ ଦିନରେ ସମାଜକୁ ମଜବୁତ କରିବା ଓ ଲୋକ ମାନଙ୍କର ଆର୍ଥିକ ଉନ୍ନତିକୁ ତ୍ୱରାନ୍ୱିତ କରିବା ପାଇଁ ୧୪୨ ପ୍ରକାର ଲଘୁବନଜାତ ଦ୍ରବ୍ୟର ବ୍ୟବସାୟ ମହିଳା ସଂଗଠନ ତଥା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ କରିବା ପାଇଁ ମତପ୍ରକାଶ ପାଇଥିଲା । ରାଜ୍ୟ ମହିଳା ସଂଗଠନ ସଭାନେତ୍ରୀ ଶୁକାନ୍ତିବାଲା ନାୟକ, ଯୁବ ସଂଗଠନ ସଭାପତି ସୌମ୍ୟ ରଞ୍ଜନ ନାୟକ, ଗୋଁଣ୍ଡୱନା ଛାତ୍ର ସଂଘ ସଭାପତି ସୁବ୍ରତ କୁଅଁର, ମହାସଚିବ ପ୍ୟାରୀମୋହନ ନାୟକ, ଚୁଡାମଣୀ ଧୁରୁଆ, ମଧୁସୂଦନ ପ୍ରଧାନ, ରବି ନାରାୟଣ ମାଡକାମୀ, ମହିଳା ମୁଖ୍ୟ ସଂଯୋଜକ ଦମୟନ୍ତୀ ମହାପାତ୍ର, ଜିଲ୍ଲା ସଭାପତି ଶ୍ୟାମସୁନ୍ଦର ଭୋଇ,ସନ୍ତୋଷ ଭୋଇ, ଡମ୍ବରୁଧର ନାଏକ, ଦିବାକର ପାତ୍ର, ମହେନ୍ଦ୍ର ମାଝୀ, ପ୍ରେମାନନ୍ଦ ମାଝୀ, ରଘୁନାଥ ନାୟକ, ମୁକୁନ୍ଦ ପଡିଆମୀ, ଉଗ୍ରେସନ ନାୟକ, ସଦାଶିବ ନାୟକ, କୁଲମଣୀ ସିଂହ, ଗୋବିନ୍ଦ ଭୋଇ, ମାଧବ ସିଂହ ନାଏକ, ବିଣାପାଣୀ ନାଏକ, ରୀନା ମାଝୀ, ବୁଧେଶ୍ୱରୀ ମାଝୀ, ଯୁଗେଶ୍ୱରୀ ମାଝୀ ପ୍ରମୁଖ ଯୋଗ ଦେଇଥିବା ବେଳେ ଆଉ ଏକ ପୁସ୍ତକ ଯୁଗେଶ୍ୱର ପଟ୍ଟାଙ୍କ ଲିଖିତ ଗୋଁଣ୍ଡୱନା ପ୍ରକୃତି ଶକ୍ତି ଜଣାଣ ମଧ୍ୟ ଉନ୍ମୋଚନ ହୋଇଥିଲା । ଶେଷରେ କିସିଣ୍ଡା ଗ୍ରାମର ଝିଅମାନେ ରଙ୍ଗାରଙ୍ଗ ନାଚଗୀତ ପ୍ରଦର୍ଶନ କରିଥିଲେ ।

Read about permalinks(opens in a new tab)

Comments (0)
Add Comment