ଶିକ୍ଷୟିତ୍ରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ନୂଆଗାଁ : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ନୀଳାଦ୍ରିପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ଅବସର ନେଇଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିମା ଦାସ । ସେ ୧୯୯୦ ମସିହାରୁ ଶିକ୍ଷକତା ଜୀବନର ଆରମ୍ଭ କରିଥିଲେ । ଆଜି ସମୟରେ ଅନ୍ତରାଳରେ କାର୍ଯ୍ୟ ଅକ୍ଷତାର ଅନ୍ତିମ ପରିଣତି ହେଉଛି ଅବସର । ନୀଳାଦ୍ରିପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘ ୩୦ ବର୍ଷ କାର୍ଯ୍ୟ କରିବା ପରେ ଆଜି ଅବସର ନେଇଛନ୍ତି । ବିଦ୍ୟାଳୟ ପରିସରରେ ଆଜି ଅବସରକାଳୀନ ସଭାବର ଆୟୋଜନ କରଯାଇଥିଲା । ନୂଆଗାଁ ବ୍ଲକ ଶିକ୍ଷାଅଧିକାରୀ କରି ପ୍ରଶାନ୍ତ କୁମାର ସାହୁ ,ପ୍ରାଥମିକ ଶିକ୍ଷକ ସଂହାର ସଭାପତି ସୀମାଞ୍ଚଳ ସେନାପତି, ସଂପାଦକ ସୁରେଶ ଚନ୍ଦ୍ର ମହାପାତ୍ର, ଅବସର ପ୍ରାପ୍ତ ଶିକ୍ଷକ ଧୀରେନ୍ଦ୍ର କୁମାର ସାହୁ, କୃପାସିନ୍ଧୁ ବେହେରା,ପ୍ରଧାନ ଶିକ୍ଷକ ଉମେଶ ଚନ୍ଦ୍ର ପରିଡା, ନବକ୍ରୀଷ୍ଣା ସାହୁ, ସିଆରସିସି ବିଜୟ କୁମାର ବେହେରା ଉପସ୍ଥିତ ରହିଥିଲେ ।

Comments (0)
Add Comment