ଏସଆଇଆରକୁ ନେଇ ବଡ ଖବର, ୩୦ରୁ ଘର ଘର ବୁଲିବେ ବିଏଲଓ

ଭୁବନେଶ୍ବର: ଓଡ଼ିଶାରେ ଆରମ୍ଭ ହେବ ଭୋଟର ତାଲିକାର ସ୍ୱତନ୍ତ୍ର  ସଘନ ସଂଶୋଧନ (ଏସ୍‌ଆଇଆର୍‌) ।  ଆସନ୍ତା ୩୦ ତାରିଖରୁ ଘର ଘର ବୁଲି  ତଥ୍ୟ ସଂଗ୍ରହ କରିବେ ବିଏଲ୍‌ଓ (ବୁଥ୍‌  ସ୍ତରୀୟ ଅଧିକାରୀ) । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନ ଆର.ଏସ ଗୋପାଳନ ।

ରାଜ୍ୟରେ ହେବାକୁ ଥିବା ଏସଆଇଆର୍‌ ପ୍ରକ୍ରିୟାରେ ୩୮ ହଜାର  ୧୨୩ ଜଣ ବୁଥ୍‌ ସ୍ତରୀୟ ଅଧିକାରୀ  (ବିଏଲ୍‌ଓ) ଘରେ ଘରେ ପହଞ୍ଚି ଭୋଟରଙ୍କ  ତଥ୍ୟ ଯାଞ୍ଚ କରିବେ । ସେମାନଙ୍କୁ  ସହଯୋଗ କରିବା ପାଇଁ ରାଜ୍ୟରେ  ବିଭିନ୍ନ ରାଜନୈତିକ ଦଳ ତରଫରୁ ୨୭  ହଜାର ୭୨୩ ଜଣ ବୁଥସ୍ତରୀୟ ଏଜେଣ୍ଟ  (ବିଏଲ୍‌ଏ) ନିୟୋଜିତ ହୋଇଛନ୍ତି ।  ଏସଆଇଆର୍‌ ପାଇଁ ପ୍ରସ୍ତୁତି, ପ୍ରଶିକ୍ଷଣ ଓ ମୁଦ୍ରଣ କାର୍ଯ୍ୟ ଚଳିତ ମାସ ୨୦  ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ ।  ଚଳିତ ମେ’ ମାସ ୩୦ ତାରିଖରୁ ଜୁନ୍‌ ୨୮  ପର୍ଯ୍ୟନ୍ତ ବିଏଲଓମାନେ ଘର ଘର ବୁଲି  ଏସଆଇଆର ସମ୍ପର୍କିତ ତଥ୍ୟ ସଂଗ୍ରହ  କରିବେ । ଜୁନ୍‌ ୨୮ ସୁଦ୍ଧା ଭୋଟରମାନଙ୍କର  ପୋଲିଂ ବୁଥ୍‌ ପୁନର୍ଗଠନ ପ୍ରକ୍ରିୟା ସରିବ ।  ଜୁଲାଇ ୫ ତାରିଖରେ ଚିଠା ଭୋଟର  ତାଲିକା ପ୍ରକାଶ ପାଇବ । ଏହାକୁ ନେଇ  ଆପତ୍ତି, ଅଭିଯୋଗ ଥିଲେ ଅଗଷ୍ଟ ୮  ତାରିଖ ଭିତରେ ଦାଖଲ କରିବାକୁ ହେବ ।  ସମସ୍ତ ଆପତ୍ତି, ଅଭିଯୋଗ ଉପରେ  ଜୁଲାଇ ୫ରୁ ସେପ୍ଟେମ୍ବର ୨ ଭିତରେ  ନିଷ୍ପତ୍ତି ନିଆଯିବ । ସେପ୍ଟେମ୍ବର ୬ରେ  ଚୂଡ଼ାନ୍ତ ଭୋଟର ତାଲିକା ଜାରି ହେବ । 

Comments (0)
Add Comment