ଏସସିବି ଡାଟା ଏଣ୍ଟ୍ରି ଅପରେଟର୍ ଗିରଫ

କଟକ: କଟକ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ମେଡ଼ିକାଲ କଲେଜ ଓ ହସ୍ପିଟାଲର ଡାଟା ଏଣ୍ଟ୍ରି ଅପରେଟର୍ ଗିରଫ ହୋଇଛନ୍ତି । ଏସସିବି ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଡିଇଓ ଦିନେଶ ରାଉତ ଆର୍ଥିକ ହେରଫେର ମାମଲାରେ ଗିରଫ ହୋଇଛନ୍ତି । ପ୍ରାୟ ୧ କୋଟି ୪୦ ଲକ୍ଷ ଟଙ୍କାର ଆର୍ଥିକ ହେରଫେର ମାମଲାରେ ମଙ୍ଗଳାବାଗ ଥାନା ପୋଲିସ ତାଙ୍କୁ ଗିରଫ କରିଥିବା ସୂଚନା ମିଳିଛି । 

ଏସସିବି କର୍ମଚାରୀଙ୍କ ଦରମା ତଥ୍ୟରେ ବଡ଼ ଧରଣର ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା । ଏ ନେଇ କଲେଜ ଅଧିକ୍ଷକ ମଙ୍ଗଳାବାଗ ଥାନାରେ ଲିଖିତ ଅଭିଯୋଗ ଦାଖଲ କରିଥିଲେ । ପୋଲିସ ତଦନ୍ତ କରିବା ବେଳେ ଡାଟା ଏଣ୍ଟ୍ରି ଅପରେଟର୍ ଦିନେଶ ରାଉତଙ୍କ ଭୂମିକା ସନ୍ଦେହ ଘେରକୁ ଆସିଥିଲା ।  କର୍ମଚାରୀମାନଙ୍କ ଦରମା ସମ୍ପର୍କିତ ତଥ୍ୟ ଦିନେଶଙ୍କ ଜରିଆରେ ପରିଚାଳିତ ହେଉଥିଲା। ପୋଲିସ ଅଧିକ ତଦନ୍ତ କରି ଦିନେଶଙ୍କ ଗିରଫ କରିଛି । 

Comments (0)
Add Comment