ଏଲ.କେ.ବି.କେ. ପକ୍ଷରୁ ଅସହାୟଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

ବୌଦ୍ଧ,୩୦/୧୧- ମହାମାରୀ କୋରାନାର ଏହି ବିପଦ ସଙ୍କୁଳ ପରିସ୍ଥିତିରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ଲୋକ କଳା ବିକାଶ କେନ୍ଦ୍ର ,ସରସରା ତରଫରୁ ଚତୁର୍ଥ ପର୍ଯ୍ୟାୟ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ପରିପ୍ରେକ୍ଷୀରେ ଅନୁଷ୍ଠାନର ସମ୍ପାଦିକା ଶ୍ରୀମତୀ ପୁଷ୍ପିତା ପ୍ରଧାନ ,ପ୍ରଶାସନିକ ଅଧିକାରୀ ତଥା ଶିଶୁ ମଙ୍ଗଳ କମିଟିର ସଦସ୍ୟ ସୀତାକାନ୍ତ ସାହୁ ,ହରଭଙ୍ଗା ବ୍ଲକର ବିଡ଼ିଓ ନୀଳକଣ୍ଠ ବେହେରା ,ସାମ୍ବାଦିକ ସୁକାନ୍ତ ପଟ୍ଟନାୟକ,ସମାଜସେବୀ ସତ୍ୟ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।ଧଳପୁର,ରାମଗଡ଼,ପୁରୁଣା କଟକ,କରଞ୍ଜକଟା, ମଥୁରା ଗ୍ରାମ ପଞ୍ଚାୟତ ର ମୋଟ ୬୦ଜଣ ଗରିବ,ଅସହାୟ,ଭିନ୍ନକ୍ଷମ,ବିଧବା, ଦିବ୍ୟାଙ୍ଗ,ବିଭିନ୍ନ ରୋଗରେ ଶଯ୍ୟାଶାୟୀ ଲୋକଙ୍କୁ ଗୋଟିଏ ମାସର ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା। ଏହି ଶୁଖିଲା ଖାଦ୍ୟ ସାମଗ୍ରୀ ରେ ଚାଉଳ,ଡାଲି,ଚୁଡ଼ା,ଚିନି, ଆଳୁ,ପିଆଜ,ତେଲ,ଲୁଣ,ସାବୁନ୍,ସର୍ଫ,ଜିରା,ମସଲା,ଲଙ୍କା,ହଳଦୀ ସହିତ ଗୋଟିଏ ଲେଖାଏଁ ମାସ୍କ ମଧ୍ୟ ରହିଥିଲା। ରୋଗୀଙ୍କ ଘରକୁ LKBK ର ସମସ୍ତ କର୍ମକର୍ତ୍ତା ଏବଂ ନିଜେ ବିଡ଼ିଓ ମହଦୋୟ ମଧ୍ୟ ଯାଇ ସେମାନଙ୍କୁ ଖାଦ୍ୟ ସାମଗ୍ରୀ ଦେଇଥିଲେ। ଏହି ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମ ରେ LKBK ସ୍ବେଚ୍ଛାସେବୀ ଅନୁଷ୍ଠାନର ପ୍ରତାପ ମେହେର,ନିକୁଞ୍ଜ ବିଶୋଇ,ସୁପ୍ରିୟା ଦେହୁରୀ,ବାଞ୍ଛାନିଧି ବିଶି,ଧଳପୁର ସରପଞ୍ଚ ପ୍ରଣୟ ବାରିକ,ସ୍ବେଚ୍ଛାସେବୀ ପଙ୍କଜ ବେହେରା ଏବଂ ଶିଳ୍ପା ରାଣୀ ବେହେରା ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ।

Comments (0)
Add Comment