ବିଜୁଯୁବ ଓ ଛାତ୍ର ନେତୃତ୍ୱ ସମ୍ମିଳନୀ

ଭଦ୍ରକ,୧/୨- ବିଜୁ ଯୁବ ଓ ଛାତ୍ର ନେତୃତ୍ୱ ସମ୍ମିଳନୀ ଭଦ୍ରକ ନେହେରୁ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି । ଏନେଇ ଭଦ୍ରକ ନେହେରୁ ଷ୍ଟାଡିଅମ ପରିସରରେ 20ହଜାର ରୁ ଉର୍ଦ୍ବ ବିଜୁ ଛାତ୍ର ସଂଗଠନ କର୍ମୀ ଯୋଗ ଦେଇଥିବାବେଳେ ରାଜ୍ୟର ବହୁ ଦିଗଜ୍ଜ ଯୁବ ନେତା ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ଏହି ଯୁବ ନେତୃତ୍ୱ ଭଦ୍ରକ ଜ଼ିଲ୍ଲାର ତୃଣମୂଳ ସ୍ତରର ଯୁବ, ଛାତ୍ର କର୍ମୀ ମାନଙ୍କୁ ଆଗାମୀ ନିର୍ବାଚନର ମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଭରଚୁଆଲି ମାଧ୍ୟମରେ । ରାଜ୍ୟ ସରକାରଙ୍କ ସମସ୍ତ ବିକାଶ ମୂଳକ କାର୍ଯ୍ୟ କିପରି ଜ଼ିଲ୍ଲାର କୋଣ ଅନୁକୋଣରେ ରହୁଥିବା ଲୋକ ମାନଙ୍କ ନିକଟରେ ପହଞ୍ଚିବ ସେଥିପାଇଁ ଯୁବ, ଛାତ୍ର ନେତା ମାନଙ୍କୁ ଆହ୍ୱାନ ଦିଆଯାଇଛି । କାର୍ଯ୍ୟକ୍ରମରେ ରାଜ୍ୟ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଜ଼ିଲ୍ଲା ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତ ରାୟ, ରାଜ୍ୟ ଯୁବ ସଭାପତି ବ୍ୟୋମକେଶ ରାୟ, ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ , ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ ,ରାଜ୍ୟ ଯୁବ ସମ୍ପାଦକ ଲୁଲୁ ସାମଲ,ବିଜୁଛାତ୍ର ସଂଗଠନ ନେତା ଲାଲା ଲଳିତ ନାୟକ,ଜିଲ୍ଲା ସଭାପତି ଜଗନ୍ନାଥ ସ୍ୱାଇଁ, ଜିଲ୍ଲା ଯୁବ ସଭାପତି ମୁକୁନ୍ଦଦେବ ସାମଲ, ରାକେଶ ପଣ୍ଡାଙ୍କ ସହ ବହୁ ବରିଷ୍ଠ ନେତା ଯୋଗ ଦେଇ ଦଳ କୁ ମଜବୁତ କରିବା ସହ ସାଙ୍ଗଠନିକ କ୍ଷେତ୍ର ରେ ଏକ ହୋଇ କାମ କରିବା କୁ ବିଜୁ ଯୁବ ଛାତ୍ର କର୍ମୀ ମାନଙ୍କୁ ଦଳ ପକ୍ଷରୁ ଆହ୍ୱାନ ଦିଆଯାଇଥିଲା ।

Comments (0)
Add Comment