ଏନ୍‌ଜିଟିର ଗୁରୁତ୍ବପୂର୍ଣ୍ଣ ରାୟ: ୩୪ ଏକରରେ ସୀମିତ ରହିବ ବାଲିଯାତ୍ରା

କଟକ: ମହାନଦୀ ପଠା ପୋତାଯିବା ଘଟଣାକୁ ଜମି ଉପରେ କୌଣସି ସ୍ଥାୟୀ ବା ଅସ୍ଥାୟୀ ନିର୍ମାଣ କରାଯାଇ ବିରୋଧ କରି ଜାତୀୟ ଗ୍ରିନ୍ ଟ୍ରିବୁନାଲ୍ (ଏନ୍‌ଜିଟି)ରେ ଦାୟର ମାମଲାର ରାୟ ପ୍ରକାଶ ପାଇଛି। ଏନ୍‌ଜିଟି ବାଲିଯାତ୍ରା ଆୟୋଜନ ପ୍ରସଂଗରେ ଗୁରୁତ୍ଵପୂର୍ଣ୍ଣ ରାୟ ଶୁଣାଇଛନ୍ତି। ବାଲିଯାତ୍ରା ଆୟୋଜନକୁ ଯଦିଓ ଅନୁମତି ମିଳିଛି କିନ୍ତୁ ୩୪ଏକର ପରିମିତ ବାଲିଯାତ୍ରା ପଡିଆର ଆଉ ସଂପ୍ରସାରଣ ହୋଇପାରିବ ନାହିଁ ବୋଲି ଏନଜିଟିଙ୍କ ରାୟରେ ସ୍ପଷ୍ଟ କରାଯାଇଛି।

୩୪ ଏକର ବାହାରେ ବାଲିଯାତ୍ରା ପଡ଼ିଆ ସଂପ୍ରସାରଣ କରାଯିବ ପାରିବ ନାହିଁ। ଏଥି ସହିତ କୌଣସି ପ୍ରକାର ବ୍ୟାବସାୟିକ କାର୍ଯ୍ୟକୁ ମଧ୍ୟକୁ ମଧ୍ୟ ଅନୁମତି ଦିଆଯିବ ନାହିଁ। ସୁପ୍ରିମକୋର୍ଟ ବାଙ୍ଗାଲୋର ମେଡିକାଲ ଟ୍ରଷ୍ଟ ଓ ଲାଲବାହାଦୂର ମାମଲାରେ ପ୍ରଦାନ କରିଥିବା ରାୟ ଆଧାରରେ ପାର୍କର ରକ୍ଷଣାବେକ୍ଷଣ
କରାଯାଇପାରିବ। ପୁଣି ଥରେ ଏନ୍‌ଜିଟିଙ୍କ ରାୟରେ ସ୍ପଷ୍ଟ କରାଯାଇଛି ସମଗ୍ର ୪୨୬ ଏକର ଜମି ଉପରେ କୌଣସି ପ୍ରକାର କଂକ୍ରିଟ ନିର୍ମାଣ ହୋଇ ପାରିବ ନାହିଁ। ମହାନଦୀ ପଠା ଆଡଭୋକେଟ ଜେନେରାଲ୍‌ଙ୍କ ମତ ସହିତ ଏନ୍‌ଜିଟି ସହମତ ହୋଇଛନ୍ତି। ଅନ୍ୟପକ୍ଷରେ ସମଗ୍ର ଅଞ୍ଚଳ ‘ଫ୍ଲଡପ୍ଲେନ୍ ଜୋନ୍’ରେ ଆସୁଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ପୋତାଯାଇଥିବା ଅଞ୍ଚଳରେ ଦିଆଯାଇଥିବା ନିର୍ମାଣ ସଂପର୍କିତ ମାଷ୍ଟର୍‌ପ୍ଲାନ୍ ଗ୍ରହଣୀୟ ନୁହେଁ ବୋଲି ଏନ୍‌ଜିଟି କହିଛନ୍ତି। ରାଜ୍ୟ ଅନ୍ୟ ପ୍ରମୁଖ ନଦୀର ‘ଫ୍ଲଡପ୍ଲେନ୍ ଜୋନ୍‌’ ଚିହ୍ନଟ ପାଇଁ ପଦକ୍ଷେପ ନେବାକୁ ଏନ୍‌ଜିଟି ସରକାରଙ୍କୁ କହିଛନ୍ତି।

Comments (0)
Add Comment