ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦଘାଟିତ

ଜହ୍ନାପଙ୍କ,୩୧/୭: ଆଜି ଜଙ୍ଗଲ ପରିବେଶ, ସୂଚନା ଓ ଲୋକ ସମ୍ପର୍କ ତଥା ଗ୍ରାମ୍ୟ ଜଳ ଯୋଗାଣ ଓ ପଂଚାୟତରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିଥିଲେ । ପ୍ରଥମେ ଖୁଂଟବନ୍ଧ ଗ୍ରାମୀଣ ପାଠାଗାର, ଲଷ୍ମୀପ୍ରସାଦ ପଂଚାୟତ ହନୁମାନ ବନ୍ଧରେ ନୌକା ବିହାର, ତାଳସରଡା ପଂଚାୟତ ଡମ୍ବୁରୁଗଡ ମଠର ସିଦ୍ଧଗୁରୁ ଉଦ୍ୟାନ, ଅଇଁଲାପାଲି ପଂଚାୟତ ଗଜରାଜପୁର ର ମିଶନ ଶକ୍ତି କାଫେ ଏବଂ ଦନ୍ତାପାଲି ଗ୍ରାମର ଗ୍ରାମୀଣ ପାଠାଗାରକୁ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ କଣ୍ଟାମାଳ ବିଧାୟକ ମହୀଧର ରଣା ଜିଲ୍ଲା ପରିଷଦ ଅଧ୍ୟକ୍ଷା ପ୍ରଭାସିନୀ ଦାସ, ଭାବେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ପ୍ରକଳ୍ପ ନିର୍ଦ୍ଦେଶକ ଅଶ୍ୱିନୀ ମେହେର, ଉପ ଜିଲ୍ଲାପାଳ ସନତ ନାଏକ, ବୌଦ୍ଧ ବ୍ଳକ ଅଧ୍ୟକ୍ଷ ପ୍ରତ୍ୟୁଷ ପ୍ରିୟଦର୍ଶି ରଥ, ବିଡିଓ ଅବିନାଶ ପାଣ୍ଡିଆ, ଖୁଂଟବନ୍ଧ ସରପଞ୍ଚ ଟୁନି ମହନନ୍ଦିଆ, ପୂର୍ବତନ ସରପଞ୍ଚ ଯୋଗେଶ୍ୱର ମହାକୁଳ, ସ୍ୱେଚ୍ଛାସେବୀ ଚାପଧାରୀ ମିଶ୍ର, ରାଜ କୁମାର ଦେହୁରୀ, ବିକ୍ରମ ମହନନ୍ଦିଆ,ଲଷ୍ମୀପ୍ରସାଦ ସରପଞ୍ଚ ଭାରତୀ ପୁରୋହିତ, ପୂର୍ବତନ ସମିତି ସଭ୍ୟ ମନରଞ୍ଜନ ପୁରୋହିତ,ତାଳସରଡା ସରପଞ୍ଚ, ସ୍ୱେଚ୍ଛାସେବୀ ପ୍ରସାନ୍ତ ସେଠୀ, ଅଇଁଲାପାଲି ସରପଂଚ ଅଜିତ ମେହେର ଉପସ୍ଥିତ ଥିଲେ । ଏହି ଅବସରରେ ସଂଗ୍ରାମପୁର ହାଇସ୍କୁଲ ତରଫରୁ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ସ୍ୱରୂପ ପ୍ରଶଂସା ପତ୍ର ଦିଆଯାଇଥିଲା ।ଏଥିରେ ପଂଚାୟତ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଓ କମିଟି ସଭ୍ୟ ଉପସ୍ଥିତ ଥିଲେ ।

Comments (0)
Add Comment