ବୌଦ୍ଧ ବ୍ଲକ ସ୍ତରୀୟ ଶିକ୍ଷା ସମୀକ୍ଷା ବୈଠକ

ବୌଦ୍ଧ : ବୌଦ୍ଧ ବ୍ଲକସ୍ତରୀୟ ଜାନୁଆରୀ ମାସର ଦ୍ୱିତୀୟ ଶିକ୍ଷା ସମୀକ୍ଷା ବୈଠକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ଘିବେଲାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟରେ ଶ୍ରେଣୀ ଶିକ୍ଷାଦାନ ବନ୍ଦ ଥିବାରୁ ସମସ୍ତ ଶିକ୍ଷକ ୯ଘଣ୍ଟା ରୁ ୧ଘଣ୍ଟା ପର୍ଯ୍ୟନ୍ତ ବିଦ୍ୟାଳୟରେ ରହିବେ, ଆଭାସି ଶିକ୍ଷଣ ଓ ଗୋଷ୍ଠୀ ଶିକ୍ଷାଦାନ କୋଭିଡ ନିୟମ ସହିତ ନିଶ୍ଚିତ କରିବେ । ସମସ୍ତ ପିଲା ଯେପରି ଶିକ୍ଷଣ କାର୍ଯ୍ୟ କରନ୍ତି ସେଥିପାଇଁ ବିଧିବଦ୍ଧ ଯୋଜନା କରିବେ ବୋଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଘିବେଲା ସିଆରସିସି ମାନଙ୍କୁ ସୂଚନା ଦେଇଥିଲେ । ସ୍କୁଲ ଗୁଡିକର ଜମିପଟ୍ଟା ପାଇଁ କେଉଁ ମାନେ ଆବଶ୍ୟକ ଆବେଦନ ପତ୍ର ଦେଇଛନ୍ତି, କେଉଁମାନେ ଦେଇନାହାନ୍ତି କାହିଁକ ଦେଇନାହାନ୍ତି ତା’ଉପରେ ବିଶଦ ଆଲୋଚନା କରି ତୁରନ୍ତ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସହଗୋଷ୍ଠୀ ଶିକ୍ଷା ଅଧିକାରୀ କମଳକାନ୍ତ ଦଳବେହେରା ବକେୟା ଥିବା ୟୁସି ଓ ଅନ୍ୟାନ୍ୟ ବିଭାଗୀୟ ବିଷୟ ଉପରେ ଆଲୋଚନା କରିଥିଲେ । ଦାୟିତ୍ୱରେ ଥିବା ସହଗୋଷ୍ଠୀ ଶିକ୍ଷା ଅଧିକାରୀ ଅଖିଳ କୁମାର ପ୍ରଧାନଙ୍କ ସହିତ ସିଆରସିସି ରାଜକୁମାର ପ୍ରଧାନ, ବିଜୟ କୁମାର ବାରିକ, ଅନାଦି ଚରଣ ବେହେରା, ସନ୍ତୋଷ କୁମାର କର୍ଣ୍ଣ, ସନ୍ତୋଷ କୁମାର ଶତପଥୀ, ଅରବିନ୍ଦ ମହାଲିକ, ଲବ କିଶୋର ପ୍ରଧାନ ପ୍ରମୁଖ ବ୍ଲକର ସମସ୍ତ ସିଆରସିସି ଉପସ୍ଥିତ ଥିଲେ ।

Comments (0)
Add Comment