କୋଇଲା ବୋଝେଇ ଟ୍ରାକ୍ଟରରୁ ଖସିପଡି ଶ୍ରମିକଙ୍କ ମୃତ୍ୟୁ

ବୌଦ୍ଧ,୨୨/୨ – ପୁରୁଣାକଟକ ଥାନା ଅର୍ନ୍ତଗତ ତିଲେଶ୍ୱର ଗ୍ରାମ ପଞ୍ଚାୟତ ବୁରୁବୁଡା ନିକଟରେ ଚଳନ୍ତା ଟ୍ରାକ୍ଟରରୁ ଖସିପଡି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ ଆଜି ସନ୍ଧ୍ୟାରେ ପୁରୁଣାକଟକରୁ କୋଇଲା ବୋଝେଇ କରି ଗୋଟିଏ ଟ୍ରାକ୍ଟର କୋଇଲିସୂତା ଫେରୁଥିଲା। ଏହି ସମୟରେ କୋଇଲା ବୋଝେଇ ଟ୍ରାକ୍ଟର ଡାଲା ଉପରେ ବସିଥିବା ରାମଗଡ଼ ଗ୍ରାମ୍ ପଂଚାୟତ କୋଇଲି ସୁତା ଗ୍ରାମର ଅନନ୍ତ କର୍ଣ୍ଣ ନାମକ ଜଣେ ଶ୍ରମିକ ବୁରୁବୁଡା ନିକଟରେ ଗାଡିରୁ ଖସିପଡିବାରୁ ତାଙ୍କ ଉପରେ ଟ୍ରାକ୍ଟର ଚକା ଚଢିଯାଇଥିଲା। ତାଙ୍କୁ ଗୁରୁତର ଆହତ ଅବସ୍ଥାରେ ପୁରୁଣାକଟକ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ ଅନନ୍ତ ବିବାହିତ ଓ ତାଙ୍କ ବିଧବା ପତ୍ନୀ ସହିତ ଗୋଟିଏ ପୁଅ, ଗୋଟିଏ ଝିଅ ଥିବା ଜଣାପଡିଛି । ସେ ପରିବାରର ଜଣେ ମାତ୍ର ରୋଜଗାର କ୍ଷମ ବ୍ୟକ୍ତି ଥିବାରୁ ସେମାନେ ଅସହାୟ ହୋଇ ପଡିଛନ୍ତି l ମୃତ ଶ୍ରମିକଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇଦେବାକୁ ଜନସାଧାରଣରେ ଦାବି ହେଉଛି ।

Comments (0)
Add Comment