ଏମ୍‌ସିଏଲ୍ ଟ୍ରାଇବାଲ୍ ଗ୍ରୁପ୍ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୩୦ ହଜାର ଟଙ୍କାର ଚେକ୍ ପ୍ରଦାନ

ସମ୍ବଲପୁର: ମହାନଦୀ କୋଲ୍ ଫିଲ୍ଡସ ଲିମିଟେଡ୍‌, ଜଗନ୍ନାଥ କ୍ଷେତ୍ର ତାଳଚେରର ଅନନ୍ୟା ମହିଳା ମଣ୍ଡଳ ତରଫରୁ ମହାମାରୀ କରୋନାରେ ସଂକ୍ରମିତ ହେଉଥିବା ଲୋକମାନଙ୍କୁ ସହାୟତା ଦେବା ପାଇଁ ୫୦ ହଜାର ଟଙ୍କାର ଚେକ୍ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ପ୍ରଦାନ କରିଛନ୍ତି । ଅନନ୍ୟା ମହିଳା ମଣ୍ଡଳର ଅଧ୍ୟକ୍ଷା ସନ୍ଧ୍ୟା ବ୍ରହ୍ମପୁରକାରଙ୍କ ନେତୃତ୍ୱରେ ମହିଳା ମଣ୍‌ଡଳର ସଦସ୍ୟାମାନେ ସଂଗୃହୀତ କରିଥିବା ୫୦ ହଜାର ଟଙ୍କାର ଚେକ୍‌କୁ ତାଳଚେରର ଉପଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରଲିଫ୍ ପାଣ୍ଠି ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ । ଅନନ୍ୟା ମହିଳା ମଣ୍ଡଳର ସଦସ୍ୟାମାନେ ଦେଶରେ ଘଟୁଥିବା ବିଭିନ୍ନ ସାମ୍ପ୍ରତିକ ଘଟଣା କାର୍ଯ୍ୟରେ ସର୍ବଦା ନିଜର ସହଯୋଗ ଯୋଗାଇ ଦେଇ ଆସୁଛନ୍ତି । ଆଉ ମଧ୍ୟ ଏମ୍‌ସିଏଲ୍ ମୁଖ୍ୟାଳୟରେ ମହାମାରୀ କରୋନା ପ୍ରପିଡ଼ୀତ ଲୋକମାନଙ୍କ ସହାୟତା ପାଇଁ ଏମ୍‌ସିଏଲ୍ ଟ୍ରାଇବାଲ୍ ଗ୍ରୁପ୍ ତରଫରୁ ନିଜ ନିଜ ସାମର୍ଥ୍ୟ ଅନୁସାରେ ସଂଗୃହୀତ କରିଥିବା ୩୦ ହଜାର ଟଙ୍କାର ଚେକ୍‌କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି ଉଦ୍ଦେଶ୍ୟରେ ଏମ୍‌ସିଏଲ୍ ନିର୍ଦ୍ଦେଶକ (କାର୍ମିକ) କେଶବ ରାଓଙ୍କୁ ହସ୍ତାନ୍ତର କରିଛନ୍ତି । ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏମ୍‌ସିଏଲ୍ ଟ୍ରାଇବାଲ୍ ଗ୍ରୁପ୍ ତରଫରୁ ନିଜର ସାମର୍ଥ୍ୟ ଅନୁସାରେ ସହଯୋଗ ପ୍ରଦାନ କରିଥାନ୍ତି । ଟ୍ରାଇବାଲ୍ ଗ୍ରୁପ୍ ଦ୍ୱାରା ପ୍ରଦାନ କରାଯାଇଥିବା ୩୦ ହଜାର ଟଙ୍କାର ଚେକ୍‌କୁ ମୁଖ୍ୟମନ୍ତ୍ରୀଙ୍କ ରିଲିପ୍ ପାଣ୍ଠି ଆକାଉଣ୍ଟରେ ଜମା କରାଯାଇଛି ।

Comments (0)
Add Comment