ଆସିଲା ସେପ୍ଟେମ୍ବର ଗାଇଡଲାଇନ, ହଟିଲା ସପ୍ତାହାନ୍ତ ସଟଡାଉନ

ଭୁବନେଶ୍ୱର : ରାଜ୍ୟ ସରକାର ଆସନ୍ତା ସେପ୍ଟେମ୍ବର ମାସ ପାଇଁ ନୂଆ ଗାଇଡଲାଇନ ଘୋଷଣା କରିଛନ୍ତି । ରାଜ୍ୟରେ ଧୀରେ ଧୀରେ କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ କୋଭିଡ କଟକଣାକୁ ଅନେକାଂଶରେ କୋହଳ କରିଛନ୍ତି । ନୂଆ ଗାଇଡଲାଇନ୍ ଅନୁଯାୟୀ ସେପ୍ଟେମ୍ବର ୧ ତାରିଖରୁ ଅକ୍ଟୋବର ୧ ତାରିଖ ଯାଏଁ କୋଭିଡ୍‌ ନିୟମ ବଳବତ୍ତର ରହିବ । ରାଜ୍ୟର ୩ ସହର​‌ରେ ଲାଗୁ ହୋଇଥିବା ସପ୍ତାହାନ୍ତ ସଟ୍‌ଡାଉନ୍‌କୁ ହଟାଯାଇଛି । ଏଣିକି କୌଣସି ସହରାଞ୍ଚଳ କିମ୍ବା ଗ୍ରାମାଞ୍ଚଳରେ ସପ୍ତାହାନ୍ତ ସଟ୍‌ଡାଉନ୍‌ ଲାଗୁହେବ ନାହିଁ । ବିବାହ କାର୍ଯ୍ୟରେ ଏଣିତି ୨୫୦ ଜଣ ଉପସ୍ଥିତ ରହିପାରିବେ । ଏହା ସହିତ ସୁଦ୍ଧିକ୍ରିୟାରେ ମଧ୍ୟ ୨୫୦ ଜଣ ରହିବା ନେଇ ଗାଇଡଲାଇନ୍‌ ଜାରି କରିଛନ୍ତି ଏସ୍‌ଆର୍‌ସି ପ୍ରଦୀପ ଜେନା ।ସେପ୍ଟେମ୍ବର ଗାଇଡଲାଇନ୍‌ ଅନୁଯାୟୀ ରାତି ୧୦ଟାରୁ ଭୋର ୫ଟା ଯାଏଁ ରାଜ୍ୟର ସମସ୍ତ ପୌରାଞ୍ଚଳରେ ନାଇଟ୍‌କର୍ଫ୍ୟୁ ଜାରି ରହିବ । କେବଳ ଜରୁରୀ ସେବା ବ୍ୟତିତ ସାଧାରଣ ଯାଆସ ଉପରେ କଟକଣା ବଳବତ୍ତର ରହି । ପୂର୍ଣ୍ଣ କ୍ଷମତାରେ ଚାଲିପାରିବ ସିନେମା ହଲ । ରେଷ୍ଟୁରାଣ୍ଟ, ମଲ, ସିନେମା ହଲ, ଧାର୍ମିକ ସ୍ଥଳୀ କରୋନା କଟକଣା ମାନି ପୂର୍ବଭଳି ଜାରି ରହିବ ।

ସମସ୍ତ ମ୍ୟୁଜିୟମ, ପାଠାଗାର କୋଭିଡ଼ ନିୟମ ମାନି ଖୋଲିପାରିବ। ସିନେମା ହଲରେ ଯେତିକି ସିଟ୍ ଥିବ ସେତିକି ଲୋକ ଯାଇପାରିବେ। ସିନେମା ହଲ୍, ମଲକୁ ଯିବାକୁ ଥିବା ପୂର୍ବ କଟକଣା କୋହଳ କରାଯାଇଛି। କୋଭିଡ ଗାଇଡଲାଇନ ପାଳନ ଦାୟିତ୍ୱ ହଲ୍, ମଲ୍ ମାଲିକ ବୁଝିବେ। ସେପ୍ଟେମ୍ବର ମାସର ପୂଜା ପାର୍ବଣ ଅଗଷ୍ଟ ୯ ଆଦେଶାନୁସାରେ ଚାଲିବ। ଜିଲ୍ଲାପାଳ ବା ଟୁଇନ ସିଟି କମିଶନର ଆବଶ୍ୟକ ହେଲେ କଟକଣା ବଢ଼ାଇବେ।

Comments (0)
Add Comment