କଣ୍ଟାମାଳ ରେଞ୍ଜ ଅଞ୍ଚଳରୁ ବାରହା ମାଂସ ଜବତ, ଦୁଇ ଗିରଫ


ବୌଦ୍ଧ,୩୧/୩ – ବୌଦ୍ଧ ବନଖଣ୍ଡ କଣ୍ଟାମାଳ ରେଞ୍ଜ ଅଞ୍ଚଳରେ ଅବାଧ ବନ୍ୟଜନ୍ତୁ ଶିକାର ବଢ଼ିବାରେ ଲାଗିଛି ।ଶିକାରୀମାନେ ବିଭିନ୍ନ ଉପାୟରେ ଶିକାର କରୁଥିବା ଦେଖିବlକୁ ମିଳୁଛି। ନିକଟରେ କଣ୍ଟାମାଳ ବନବିଭାଗ କର୍ମଚାରୀ ସେଭଳି ଶିକାର କରିଥିବା ପ୍ରାୟ ପାଞ୍ଚ କିଲୋ ବାରାହା ମାଂସ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛନ୍ତି । ଅଭିଯୁକ୍ତମାନେ ହେଲେ ହରିଶ୍ଚନ୍ଦ୍ର ଦେହୁରୀ ଓ ତାଙ୍କ ପୁଅ ଶ୍ରୀଧର ଦେହୁରୀ l ଜଙ୍ଗଲରେ ନିଆଁ ଲଗାଇ ବାରହା ଶିକାର କରିଥିଲେ । ଅଭିଯୁକ୍ତମାନେ ଜଙ୍ଗଲର ଉପର ମୁଣ୍ଡରେ ନିଆଁ ଲଗାଇ ଦେବା ଫଳରେ ବନ୍ୟଜନ୍ତୁ ଭୟରେ ତଳକୁ ଆସିଥାନ୍ତି ଓ ଶିକାରୀ ମାନଙ୍କ ପାଶ କିମ୍ବା ଜାଲରେ ଛନ୍ଦି ହୋଇଥାନ୍ତି । ଶିକାରୀ ମାନେ ତାଙ୍କୁ ମାରିବା ପରେ ଘରକୁ ନେଇ ଖାଇଥାନ୍ତି କିମ୍ବା ବିକ୍ରି କରିଥାନ୍ତି । ଜଙ୍ଗଲରେ ନିଆଁ ଲଗେଇ ବନ୍ୟଜନ୍ତୁ ଶିକାର କରୁଥିବା ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ବନବିଭାଗ କିଛି ଠୋସ ପଦକ୍ଷେପ ନେଉ ନଥିବା ଯୋଗୁଁ ଅବାଧରେ ଵନ୍ୟଜନ୍ତୁ ନଷ୍ଟ ହେବା ସହ ଜଙ୍ଗଲ ମଧ୍ୟ ନଷ୍ଟ ହେଉଛି । ଏଣୁ ବନ ବିଭାଗ ଏ ଦିଗରେ ସଜାଗ ହେବା ସହ ଆଇନ୍ ଅନୁଯାୟୀ ପଦକ୍ଷେପ ନେବାକୁ ଦାବି ହେଉଛି ।

Comments (0)
Add Comment