କନ୍ଧମାଳରେ ଆଜି ପୁଣି ୪୬ କରୋନା ପଜିଟିଭ ଚିହ୍ନଟ

କନ୍ଧମାଳ,୨୧/୧୦ – କନ୍ଧମାଳରେ ପ୍ରତିଦିନ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଆଜି କନ୍ଧମାଳରେ ପୁଣି ୪୬ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।ତେବେ ଆଜିର ସଂକ୍ରମିତ ମାନଙ୍କ ସମେତ ଜିଲ୍ଲାର ମୋଟ ସଂକ୍ରମିତ ସଂଖ୍ୟା ୫୪୪୧ ରେ ପହଁଚିଛି। ସେଥିରୁ ଆଜି ପର୍ଯ୍ୟନ୍ତ ୫୧୪୯ ଜଣ ସୁସ୍ଥ ହୋଇ ସେମାନଙ୍କ ର ଘରକୁ ଫେରିଛନ୍ତି।ଜିଲ୍ଲା ରେ ୨୮ ଜଣଙ୍କ କରୋନା ରେ ମୃତ୍ୟୁ ଘଟିଛି।ଅନ୍ୟାନ୍ୟ କୋଭିଡ଼ ହସ୍ପିଟାଲରେ ଆଉ ୨୬୪ ଜଣ ଚିକିତ୍ସିତ ହେଉଛନ୍ତି।ତେବେ ଆଜି ଜିଲ୍ଲାର ଚିହ୍ନଟ ହୋଇଥିବା ଆକ୍ରାନ୍ତ ସଂଖ୍ୟା ୪୬ମଧ୍ୟରୁ ଫୁଲବାଣୀର ୦୯ଜଣ ହୋଇଥିବା ବେଳେ, ଜି ଉଦୟଗିରିର ୮ଜଣ,ଟିକାବାଲିର୪ ଜଣ, କ ନୂଆଗାଁର ଜଣେ , ଖଜୁରିପଡ଼ା ର୭ ଜଣ,କୋଟଗଡ ର ଜଣେ, ଫିରିଙ୍ଗିଆର ୩ ଜଣ, ଚକାପାଦ ର ୩ ଜଣ, ରାଇକିଆର ୭ ଜଣ ଓ ବାଲିଗୁଡା ର ୩ ଜଣ ରହିଥିବା ନେଇ କନ୍ଧମାଳ ଜିଲ୍ଲାପାଳ ଟୁଇଟ ଜରିଆରେ ସୂଚନା ଦେଇଛନ୍ତି।ଜିଲ୍ଲା ପ୍ରଶାସନ ତରଫରୁ ଭୟଭିତ ହେବାର କୌଣସି କାରଣ ନାହିଁ ଘରେ ରୁହନ୍ତୁ ଅତି ଆବଶ୍ୟକ ହେଲେ ଘରୁ ବହାରନ୍ତୁ , ବାହାରିଲା ବେଳେ ମାସ୍କ ବ୍ୟବହାର କରନ୍ତୁ ଏବଂ ସାମାଜିକ ଦୂ୫ରତା ରକ୍ଷା କରିବାକୁ ନିର୍ଦେଶ ଦିଆଯାଇଛି।

Comments (0)
Add Comment