୩ ଜିଲ୍ଲାର କୋଭିଡ୍ ହସ୍ପିଟାଲ ସ୍ଥିତି ସମୀକ୍ଷା କଲେ ଉନ୍ନୟନ କମିଶନର ଓ ୫-ଟି ସଚିବ

ଭୁବନେଶ୍ୱର : ଗୁରୁବାର ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଓ ମୁଖ୍ୟମନ୍ତ୍ରୀଙ୍କ ସଚିବ ତଥା ୫-ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ୍ ନବରଙ୍ଗପୁର, ଜୟପୁର ଓ ମାଲକାନଗିରି ଗସ୍ତ କରି କୋଭିଡ୍ ହସ୍ପିଟାଲର ସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି । ସେମାନେ ପ୍ରତି କୋଭିଡ୍ ହସ୍ପିଟାଲର କାର୍ଯ୍ୟକାରୀତା, ଆଇସିୟୁ ବେଡ୍‌, ଭେଣ୍ଟିଲେଟର କକ୍ଷଗୁଡ଼ିକ ବୁଲି ଦେଖିବା ସହିତ ସ୍ୱାସ୍ଥ୍ୟକର୍ମୀ ଓ ଡାକ୍ତରମାନଙ୍କର ଉପସ୍ଥିତି ସଂପର୍କରେ ଆଲୋଚନା କରିଥିଲେ । ଏହି ସମୟରେ ସେମାନେ ସ୍ୱାସ୍ଥ୍ୟ ସେବାର ଉନ୍ନତ ମାର୍ଗଦର୍ଶିକା ଜିଲ୍ଳା ପ୍ରଶାସନକୁ ବୁଝାଇଥିଲେ । ଉନ୍ନୟନ କମିଶନର ଓ ୫-ଟି ସଚିବ ଆଜି ସକାଳେ ହେଲିକପ୍ଟର ଯୋଗେ ସେଠାରେ ପହଞ୍ଚିବା ପରେ ଜିଲ୍ଳା ପ୍ରଶାସନ ଓ ଆରକ୍ଷୀ ଅଧିକ୍ଷକଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ ।

Comments (0)
Add Comment