ଗଛ ଲଗାଇ ଦମ୍ପତି ପାଳିଳେ ଝିଅର ଜନ୍ମଦିନ

ସମ୍ବଲପୁର:ସ୍ଥାନୀୟ ଧନକଉଡା ବ୍ଲକର ଶାସନ ପଞ୍ଚାୟତ ଅନ୍ତର୍ଗତ ପଳସାପାଲି ଗ୍ରାମର ଗୋପାଳ ରାଉତ ଓ ପତ୍ନୀ ସୁରୁବୁଇ ରାଉତ ତାଙ୍କର ବଡ଼ ଝିଅ ଅଙ୍କିତା ରାଉତର ୧୩ତମ ଜନ୍ମ ଦିବସ ଉପଲକ୍ଷେ ନୂଆଖୁରୀ ଗାଁ ସ୍ଥିତ ମହିଳା କଲ୍ୟାଣ ଓ ପରିବେଶ ସୁରକ୍ଷା ସଙ୍ଗଠନର ସଂଗକ୍ଷିତ ଜାଗାରେ ଫଳ ବୃକ୍ଷରୋପଣ କରି ପରିବେଶ ସୁରକ୍ଷାର ବାର୍ତ୍ତା ଦେବା ସହିତ ପ୍ରତ୍ୟେକ ବ୍ୟକ୍ତି ବିଶେଷଙ୍କୁ ନିଜ ନିଜର ସନ୍ତାନମାନଙ୍କର ଜନ୍ମଦିବସ ଏପରି ପାଳନ କରିବା ପାଇଁ ପ୍ରେରଣା ଯୋଗାଇଛନ୍ତି । ରାଉତ ଦମ୍ପତି ତାଙ୍କ ଏଭଳି କାର୍ଯ୍ୟକ୍ରମ ଦୀର୍ଘ ବର୍ଷ ଧରି ପାଳି ଆସୁଛନ୍ତି । ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ପରିବେଶପ୍ରେମୀ ସମାଜସେବୀ ବଂଶୀଧର କର, ପ୍ରକୃତିବନ୍ଧୁ ଦେବାଶିଷ ସାହୁଙ୍କ ସହିତ କିଶୋର ଛତର, ତ୍ରିବିକ୍ରମ ପୋଢ଼, ଦୟାନିଧି ଲାକ୍ରା, ଗୋପାଳ ରାଉତ, ଶ୍ରୀକାନ୍ତ କିସାନ, ମେଘୁ ମୁଣ୍ଡା, ନାରାୟଣ ଚକ୍ରବର୍ତ୍ତୀ, ଅଙ୍କିତା ରାଉତ, ଡୋଲାମଣି ଭୋଇ, ଆଦର୍ଶ ରାଉତ, ବିରଜା ରାଉତ, ଭୋଲାଦେବ ଭୋଇ, ମାନବ ଭୋଇ ଓ କ୍ରିଷ୍ଣା ଭୋଇ ପ୍ରମୁଖ ଉପସ୍ଥିତ ରହି ବୃକ୍ଷରୋପଣ କରିବା ସହିତ ଅଙ୍କିତା ରାଉତଙ୍କୁ ଆଶିର୍ବାଦ କାମନା କରିଥିଲେ ।

Comments (0)
Add Comment