କଟକରେ ଦିନ ୨ଟା ପରେ ଦୋକାନ ବନ୍ଦ

କଟକ : କରୋନା ସଂକ୍ରମଣ ରାଜ୍ୟ ତଥା ଦେଶରେ ହୁହୁ ହୋଇ ବଢୁଥିବା ବେଳେ ଏହାର ପ୍ରଭାବ କଟକ ସହରରେ ମଧ୍ୟ ପଡିଛି । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ସୋମବାର ଠାରୁ କଟକ ସହରରେ ଦିନ ୨ଟା ପରେ ସମସ୍ତ ଦୋକାନ ବଜାର ବନ୍ଦ ରହିବ । ଏହି ନିଷ୍ପତ୍ତି କଟକ ବଣିକ ସଂଘ ନେଇଥିବା ଜଣାପଡିଛି । ନିଷ୍ପତ୍ତି ଅନୁଯାୟୀ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଏହି ନିଷ୍ପତ୍ତି କଟକ ସହରରେ ବଳବତ୍ତର ରହିବ । ବଣିକ ସଂଘ ପକ୍ଷରୁ କୁହାଯାଇଛି ଯେ, ଏହି ସମୟ ମଧ୍ୟରେ କେବଳ ଔଷଧ ଦୋକାନ ଖୋଲା ରହିବ ।

Comments (0)
Add Comment